ଭୁବନେଶ୍ୱରରେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ, ବିମାନବନ୍ଦରରେ ଭବ୍ୟ ସ୍ୱାଗତ

ଓଡ଼ିଶାରେ ପହଞ୍ଚିଲେ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ପାରମ୍ପରିକ ନାଚଗୀତରେ ଦୁଲୁକିଛି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦର ।

ଭୁବନେଶ୍ୱର: ଓଡ଼ିଶାରେ ପହଞ୍ଚିଲେ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ପାରମ୍ପରିକ ନାଚଗୀତରେ ଦୁଲୁକିଛି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦର ।

Draupadi Murmu

ନୂଆଦିଲ୍ଲୀରୁ ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି ଶ୍ରୀମତି ଦ୍ରୌପଦୀ ମୁର୍ମୁ । ବିମାନବନ୍ଦରରୁ ଉଭୟ ବିଜେଡି ଓ ବିଜେପି ନେତା ତାଙ୍କୁ ପାଛୋଟି ନେଇଛନ୍ତି । ବିମାନବନ୍ଦରରୁ ଶୋଭାଯାତ୍ରାରେ ଦ୍ରୌପଦୀଙ୍କୁ ଅତିଥି ଭବନ ନିଆଯାଇଛି । ଦେଶର ୧୬ ତମ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ମାଟିରୁ ପୂର୍ଣ୍ଣ ସମର୍ଥନ ପାଇଁ ଆସିଛନ୍ତି ଦ୍ରୌପଦୀ ।

ଶ୍ରୀମତୀ ମୁର୍ମୁ ରାଜ୍ୟ ଅତିଥି ଭବନରେ କିଛି ସମୟ ରହିବା ପରେ ବିଧାନସଭାର ନୂତନ ସମ୍ମିଳନୀ କକ୍ଷକୁ ଯିବେ। ସେଠାରେ ଏକ ବୈଠକ ଅନୁଷ୍ଠିତ ହେବ। ଯେଉଁଠି ଉପସ୍ଥିତ ରହିବେ ବିଜେଡିର ସମସ୍ତ ବିଧାୟକ ଓ ସାଂସଦ। ସେମାନଙ୍କ ସହିତ ରାଷ୍ଟ୍ରପତି ନିର୍ବାଚନ ନେଇ ଶ୍ରୀମତୀ ମୁର୍ମୁ ଆଲୋଚନା କରିବେ।

ବିଧାନସଭାରୁ ଫେରିବା ପରେ ପୁଣି ଥରେ ରାଜ୍ୟ ଅତିଥି ଭବନରେ ବିଜେପି ବିଧାୟକ ଓ ସାଂସଦଙ୍କ ସହ ଶ୍ରମତୀ ମୁର୍ମୁ ଆଲୋଚନା କରିବେ। ଏହାପରେ ମଧ୍ୟାହ୍ନରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରାୟ ୩୦ ମିନିଟର ଆଲୋଚନା କରିବେ। ଏହାପରେ ଶ୍ରୀମତୀ ମୁର୍ମୁ ଦିନ ୧ଟାରେ ଭୁବନେଶ୍ୱରରୁ ଚାଟାର୍ଡ ଫ୍ଲାଇଟରେ ଲକ୍ଷ୍ନୌ ଯିବାର କାର୍ଯ୍ୟକ୍ରମ ରହିଛି।

ଉଲ୍ଲେଖଥାଉ କି, ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେବା ପାଇଁ ବହୁ ଆଗରୁ ଅପିଲ କରି ସାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+