ବହୁଚର୍ଚ୍ଚିତ ପରୀ ଦୁଷ୍କର୍ମ, ହତ୍ୟା ମାମଲା; ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ
ଆସିଲା ନୟାଗଡ଼ର ବହୁଚର୍ଚ୍ଚିତ ପରୀ ଦୁଷ୍କର୍ମ, ହତ୍ୟା ମାମଲାର ଫଇସଲା । ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ । କାରାଦଣ୍ଡାଦେଶ ଶୁଣାଇଲେ ଜିଲ୍ଲା ଅତିରିକ୍ତ ଦୌରାଜଜ୍। ପରୀ ମାମଲାକୁ ନେଇ ସାର ଓଡ଼ିଶା ହଇଚଇ ହୋଇଥିଲା । ୨୦୨୦ରେ ରାଜ୍ୟରେ ଚହଳ ପକାଇଥିଲା ଏହି ଖବର ।
ଘର ସାମ୍ନାରେ ଖେଳୁଥିବା ବେଳେ ନିଖୋଜ ହୋଇଥିଲା ପରୀ। ନିଖୋଜର ୧୦ ଦିନ ପରେ ପରୀର ଗଳିତ ଦେହାବଶେଷ ମିଳିଥିଲା। ଏକ ଅଖା ବସ୍ତାରୁ ଦେହାବଶେଷ, ହାଡ଼ ଉଦ୍ଧାର କରାଯାଇଥିଲା। କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଥିଲା।

ସୂଚନା ଯୋଗ୍ୟ, ୨୦୨୦ ମସିହା ଜୁଲାଇ ମାସ ୧୪ ତାରିଖରେ ନୟାଗଡ଼ ସଦର ଥାନା ଯଦୁପୁର ଗାଁ ଦାଣ୍ଡରେ ଖେଳୁଥିଲା ୫ ବର୍ଷୀୟା
ଶିଶୁ କନ୍ୟା ପରୀ । ହେଲେ ଗାଁ ଦାଣ୍ଡରୁ ଆଉ ଘରକୁ ଫେରି ନଥିଲା ପରୀ । ବହୁ ଖୋଜାଖୋଜି ପରେ ନିରୁପାୟ ହୋଇ ନୟାଗଡ଼ ସଦର ଥାନାରେ ଏତଲା ଦେଇଥିଲେ ପରୀରେ ପରିବାର ।
ତେବେ ଏହା ପରେ ପୋଲିସ ଏକ ମିସିଙ୍ଗ କେସ କରି ଚୁପ ବସି ଯାଇଥିଲା। ତେବେ ନୟାଗଡ଼ ଏସପି ଏବଂ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ ଜଣାଇଥିଲେ ପରୀଙ୍କ ବାପା ଅଶୋକ । ହେଲେ ଅପହରଣର ୭ ଦିନ ପରେ ଗାଁକୁ ପୋଲିସର ଡଗ ସ୍କ୍ୱାର୍ଡ ଆସିଥିଲା । ଆଉ ସ୍କ୍ୱାର୍ଡ ଯିବାର ପର ଦିନ ପରୀର ଗଳିତ , ଖଣ୍ଡବିଖଣ୍ଡିତ ମୃତ ଦେହ ଏକ ବସ୍ତାରେ ବନ୍ଧା ହୋଇଥିବା ଅବସ୍ଥାରେ ଅଶୋକଙ୍କ ବାଡ଼ି ସଂଲଗ୍ନ ପୋଖରୀ କୂଳରୁ ମିଳିଥିଲା ।












Click it and Unblock the Notifications