ଭାଇରାଲ ହେଉଛି ନୟାଗଡ ସ୍କୁଲ ଛାତ୍ରଛାତ୍ରୀଙ୍କ ଏହି ଭିଡିଓ...

ଭାଇରାଲ ହେଉଛି ନୟାଗଡ ସ୍କୁଲ ଛାତ୍ରଛାତ୍ରୀଙ୍କ ଦ୍ବାରା ପ୍ରସ୍ତୁତ ଟ୍ରାଫିକ ସଚେତନତା ଭିଡିଓ ।

ଭୁବନେଶ୍ୱର: ଭାଇରାଲ ହେଉଛି ନୟାଗଡ ସ୍କୁଲ ଛାତ୍ରଛାତ୍ରୀଙ୍କ ଦ୍ବାରା ପ୍ରସ୍ତୁତ ଟ୍ରାଫିକ ସଚେତନତା ଭିଡିଓ । ଟ୍ରାଫିକ ନିୟମ ଉପରେ ଲୋକଙ୍କୁ ସଚେତନ କରିବା ପାଇଁ ନୟାଗଡ ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଗତ ବର୍ଷ ଏହି ଭିଡିଓଡି ପ୍ରସ୍ତୁତ କରିଥିଲେ । ଓଡ଼ିଶା ବାଣିଜ୍ୟ ଏବଂ ପରିବହନ ବିଭାଗ ଦ୍ୱାରା ଆୟୋଜିତ ଅନଲାଇନ୍ ଆଇଡିଆ ପ୍ରତିଯୋଗିତା ପାଇଁ ଏହି ଭିଡିଓ ପ୍ରସ୍ତୁତ କରାଯାଇଥିଲା। ଯାହା ସଡକ ସୁରକ୍ଷା ସପ୍ତାହ 2020 ସମୟରେ ପ୍ରଥମ ପୁରସ୍କାର ଜିତିଥିଲା ।

 Traffic Awareness Video

ତେବେ ଚଳିତ ବର୍ଷ ସଡକ ସୁରକ୍ଷା ସପ୍ତାହ ଅବସରରେ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ସେୟାର କରିବା ସବ ପ୍ରଶଂସା କରିଛନ୍ତି । ସେହିପରି କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ମଧ୍ୟ ଛାତ୍ରଛାତ୍ରୀଙ୍କ ପଦକ୍ଷେପ ପାଇଁ ପ୍ରଶଂସା କରିଛନ୍ତି।

ନବୀନ ଟ୍ୱିଟ୍ କରି କହିଛନ୍ତି, "ସଡକ ସୁରକ୍ଷା ସପ୍ତାହ 2020 ରେ ଅନଲାଇନ୍ ଆଇଡିଆ ପ୍ରତିଯୋଗିତାରେ ପ୍ରଥମ ପୁରସ୍କାର ଜିତିବା ପାଇଁ ନୟାଗଡର ଓଡିଶା ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଉଛି ।"

ସେହିପରି ନୀତିନ ଗଡକରୀ ଟ୍ବିଟ କରି ଲେଖିଛନ୍ତି, "ମୁଁ ଜାଣେ ନାହିଁ କିଏ ଏହି ପିଲାମାନେ ଏହି ଭିଡିଓ ପ୍ରସ୍ତୁତ କରିଛନ୍ତି । କିନ୍ତୁ ସେମାନେ ସଡକ ନିରାପତ୍ତାର ଗୁରୁତ୍ୱପୂର୍ଣ୍ଣ ନୀତିଗୁଡିକ ସଫଳତାର ସହ ପ୍ରଦର୍ଶିତ କରିଛନ୍ତି। ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଆମ ସମସ୍ତଙ୍କୁ ଏହା ଦେଖିବା ଉଚିତ୍ । "

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+