ସୁରକ୍ଷା ବଳର ସଫଳତା ପରେ ଲାଲ୍‌ବାହିନୀ ଦେଖାଇଲା ନାଲି ଆଖି, ଅଡିଓ ଜାରି କରି କହିଲେ ଆମେ ପ୍ରତିଶୋଧ ନେବୁ

ଅଡିଓ ଟେପରେ କୁହାଯାଇଛି ଯେ, ପୋଲିସ ଷଡ଼ଯନ୍ତ୍ରକରି ଆମ ସାଥୀଙ୍କୁ ହତ୍ୟା କରିଛି। ଏହି ମିଥ୍ୟା ଏନ୍‌କାଉଣ୍ଟରର ପ୍ରତିଶୋଧ ନିଆଯିବ ।

ମାଲକାନାଗିରି: ଗତ ଦୁଇ ତଳେ ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟରେ ଦୁଇ ମାଓବାଦୀ ପ୍ରାଣ ହରାଇବା ଓ ଗତକାଲି ପୋଲିସ ଡିଜିଙ୍କ ସ୍ବାଭିମାନ ଅଞ୍ଚଳ ଗସ୍ତ ପରେ ଆଜି ଅଡିଓ ଜାରି କରିଛନ୍ତି ଲାଲ୍‌ବାହିନୀ । ଅଡିଓ ଟେପରେ କୁହାଯାଇଛି ଯେ, ପୋଲିସ ଷଡ଼ଯନ୍ତ୍ରକରି ଆମ ସାଥୀଙ୍କୁ ହତ୍ୟା କରିଛି। ଏହି ମିଥ୍ୟା ଏନ୍‌କାଉଣ୍ଟରର ପ୍ରତିଶୋଧ ନିଆଯିବ ।

audio tape

ସେ ଆହୁରି କହିଛନ୍ତି-"ବିଚ୍ଛିନ୍ନାଞ୍ଚଳର ଲୋକଙ୍କ ମୌଳିକ ସମସ୍ୟା ସମାଧାନ ପାଇଁ ଲଢ଼େଇ ଜାରି ରଖିଛି। ଲଢ଼େଇକୁ ଜୋରଦାର କରିବା ପାଇଁ ବିଚ୍ଛିନ୍ନାଞ୍ଚଳରେ ୧୦ଟି କ୍ୟାମ୍ପ ପ୍ରତିଷ୍ଠା ହୋଇଛି। ଆହୁରି ୪ଟି କ୍ୟାମ୍ପ ପ୍ରତିଷ୍ଠା କରିବାକୁ ଯୋଜନା କରୁଛୁ। ମୃତ ନକ୍ସଲ କମ୍ରେଡ୍‌ ମାଲେସ ଓ କାନ୍ତାମା ଦଣ୍ଡକାଅରଣ୍ୟ ଦଳର ୧୮ ବର୍ଷ ଧରି ସକ୍ରିୟ ସଦସ୍ୟ ଥିଲେ। ଏହି ଦୁହିଁଙ୍କ ବିୟୋଗ ଦଳ ପାଇଁ ଅ-ପୂରଣୀୟ କ୍ଷତି। ଏହି ଦୁହିଁଙ୍କ କ୍ଷତିକୁ ଆମେ ଭରଣ କରିବୁ ବୋଲି କଡା ଚେତାବନୀ ଦିଆଯିବ।"

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+