ଭୁତାଣୁ ଭୟରେ ଲାଲବାହିନୀ ଛାଡ଼ି ଆତ୍ମସମର୍ପଣ କଲେ ମାଓ ଦମ୍ପତି

କରୋନା ଲକ୍ଷଣ ଥିବା ଦୁର୍ଦ୍ଦାନ୍ତ ମାଓ ଦମ୍ପତି ଆତ୍ମସମର୍ପଣ କରିଛନ୍ତି । ଛତିଶଗଡ଼ ବସ୍ତର ଆଇଜି ପି.ସୁନ୍ଦର ରାଜଙ୍କ ନିକଟରେ ୨ ଦୁର୍ଦ୍ଦାନ୍ତ ମାଓବାଦୀ ଅର୍ଜୁନ୍ ତାତି ଓ ଲକ୍ଷ୍ମୀ ପଦା ଆତ୍ମସମର୍ପଣ କରିଛନ୍ତି ।

ମାଲକାନଗିରି: ମହାମାରୀ କରୋନା ସାରା ଦେଶରେ ମୃତ୍ୟୁର ତାଣ୍ଡବ ରଚୁଛି । ଏଥିରୁ ବର୍ତ୍ତି ନାହାନ୍ତି ଲାଲବାହିନୀ । ଲାଲଗଡ଼ରେ ବି ଆତଙ୍କ ସୃଷ୍ଟି କରିଛି କରୋନା । କରୋନାର ପ୍ରକୋପରେ ଥରହର ହେଲାଣି ଲାଲଶିବିର ।

Naxal couple

ତେବେ କରୋନା ଲକ୍ଷଣ ଥିବା ଦୁର୍ଦ୍ଦାନ୍ତ ମାଓ ଦମ୍ପତି ଆତ୍ମସମର୍ପଣ କରିଛନ୍ତି । ଛତିଶଗଡ଼ ବସ୍ତର ଆଇଜି ପି.ସୁନ୍ଦର ରାଜଙ୍କ ନିକଟରେ ୨ ଦୁର୍ଦ୍ଦାନ୍ତ ମାଓବାଦୀ ଅର୍ଜୁନ୍ ତାତି ଓ ଲକ୍ଷ୍ମୀ ପଦା ଆତ୍ମସମର୍ପଣ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଛତିଶଗଡ଼ କାଙ୍କେର ଜିଲ୍ଲାର ପ୍ରତାପପୁର ଏରିଆ କମିଟିରେ ସକ୍ରିୟ ଥିଲେ ଏହି ମାଓ ଦମ୍ପତି । ଉଭୟ କିଛି ଦିନ ହେବ କରୋନାରେ ସଂକ୍ରମିତ ହୋଇଥିଲେ । ପରେ ଚିକିତ୍ସା ପାଇଁ ସବୁଆଡେ ବୁଲିବା ପରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ବାଧ୍ୟ ହୋଇ ଆତ୍ମସମର୍ପଣ କରିଛନ୍ତି ।

ଦୁଇ ମାଓବାଦୀଙ୍କ କରୋନା ଟେଷ୍ଟ ପଜିଟିଭ୍ ବାହାରିବା ପରେ ସେମାନଙ୍କୁ ଚିକିତ୍ସା ପାଇଁ କୋଭିଡ୍ ହସ୍ପିଟାଲ ପଠାଯାଇଛି । ଏମାନଙ୍କ ବିରୋଧରେ ପୂର୍ବରୁ ବିଭିନ୍ନ ଥାନାରେ ଅନେକ ଅପରାଧିକ ମାମଲା ଦାଏର ହୋଇଛି । ମାଓ ଦମ୍ପତି ସମାଜର ମୁଖ୍ୟସ୍ରୋତକୁ ଫେରିଥିବାରୁ ଥଇଥାନ ନିୟମ ଅନୁଯାୟୀ ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି ବସ୍ତର ଆଇଜି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+