ହାଟରେ ନକ୍ସଲ ଆକ୍ରମଣ; ଦୁଇ ଯବାନ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି
ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଜଗରଗୁଣ୍ଡା ଥାନା ଅଞ୍ଚଳରେ ଯବାନଙ୍କ ଉପରେ ନକ୍ସଲ ହମଲା ହୋଇଛି। ଦୁଇ ଗୁରୁତର ଯବାନଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

ଆଜି ସକାଳେ ଜଗରଗୁଣ୍ଡା ସାପ୍ତାହିକ ହାଟକୁ ଯବାନ ଡ୍ୟୁଟି କରିବାକୁ ଆସିଥିଲେ। ତେବେ ପୂର୍ବରୁ ନକ୍ସଲ ସଂଗଠନର ଛୋଟ ଟିମ୍ ଅପେକ୍ଷା କରି ରହିଥିଲା। ଯବାନଙ୍କ ଉପରେ ଧାରୁଆ ଅସ୍ତ୍ର ସାହାଯ୍ୟରେ ଆକ୍ରମଣ କରାଯାଇଥିଲା। ଦୁଇଜଣ ଯବାନ ଗୁରୁତର ହୋଇଥିଲେ।
ଆଜି ସକାଳେ ଜଗରଗୁଣ୍ଡା ସାପ୍ତାହିକ ହାଟକୁ ଯବାନ ଡ୍ୟୁଟି କରିବାକୁ ଆସିଥିଲେ। ତେବେ ପୂର୍ବରୁ ନକ୍ସଲ ସଂଗଠନର ଛୋଟ ଟିମ୍ ଅପେକ୍ଷା କରି ରହିଥିଲା। ଯବାନଙ୍କ ଉପରେ ଧାରୁଆ ଅସ୍ତ୍ର ସାହାଯ୍ୟରେ ଆକ୍ରମଣ କରାଯାଇଥିଲା। ଦୁଇଜଣ ଯବାନ ଗୁରୁତର ହୋଇଥିଲେ। ତୁରନ୍ତ ଦୁଇ ଯବାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ପ୍ରାଥମିକ ଚିକିତ୍ସା ପରେ ରାୟପୁର ସ୍ଥାନାନ୍ତର କରାଯିବ ବୋଲି ପୁଲିସ କହିଛି। ଘଟଣାସ୍ଥଳରେ ଯବାନଙ୍କ ଟିମ ପହଞ୍ଚି ସର୍ଚ୍ଚ ଅପେରସନ କରୁଛନ୍ତି।












Click it and Unblock the Notifications