Navy Day: ଆଉ ଦିନକ ପରେ ନୌସେନା ଦିବସ, ବ୍ଲୁ-ଫ୍ଲାଗ ବିଚରେ ଫୁଲ୍ ଡ୍ରେସ ରିହରର୍ସାଲ

'ଭାରତୀୟ ନୌସେନା ଦିବସ-2024' ପାଳନକୁ ଆଉ ମାତ୍ର ଗୋଟିଏ ଦିନ ବାକି ଥିବା ବେଳେ ବ୍ଲୁ-ଫ୍ଲାଗ ବିଚରେ ଫୁଲ୍ ଡ୍ରେସ ରିହରର୍ସାଲ ପ୍ରଦର୍ଶନୀ କରିଛି ଭାରତୀୟ ନୌସେନା । 4 ତାରିଖରେ ହେବାକୁ ଥିବା ମୁଖ୍ୟ କାର୍ଯ୍ୟକ୍ରମରେ 3 ସଶସ୍ତ୍ର ବଳର ସର୍ବୋଚ୍ଚ କମାଣ୍ଡର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟଅତିଥି ଭାବେ ଅଂଶଗ୍ରହଣ କରିବେ । ଏଥିରେ ପ୍ରାୟ 15ଟି ଯୁଦ୍ଧପୋତ ଓ 40ରୁ ଅଧିକ ନୌସେନା ବିମାନ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଗୋଟିଏ ପରେ ଗୋଟିଏ ଯୁଦ୍ଧ ଜାହାଜ ଏବେ ପୁରୀ ସୁମୁଦ୍ରରେ ପହଞ୍ଚିବାରେ ଲାଗିଛନ୍ତି ।

Navy Day 2024

ଫୁଲ୍ ଡ୍ରେସ ରିହର୍ସାଲ କଲା ନୌସେନା:-
ଆଜି (ସୋମବାର) ଅପରାହ୍ନ ୪ଟାରୁ ବ୍ଲୁ-ଫ୍ଲାଗ ବିଚରେ ଭାରତୀୟ ନୌସେନାର ଫୁଲ୍ ଡ୍ରେସ ରିହର୍ସାଲ ପ୍ରଦର୍ଶନୀ ଆରମ୍ଭ ହୋଇଥିଲା । ଯାହାକୁ ଦେଖିବାପାଇଁ ବେଳାଭୂମିରେ ଦର୍ଶକଙ୍କ ବେଶ୍‌ ଭିଡ ଜମିଥିଲା । ଡ୍ରୋନ୍ ଏବଂ ଲେଜର ସୋ' ଦର୍ଶକଙ୍କ ମନକୁ ବେଶ୍ ଛୁଇଁଥିଲା । ଟ୍ରାଫିକ୍‌ ସୁପରିଚାଳନା ଏବଂ ଗହଳି ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଥିଲା । ତେବେ ବୁଧବାର (4 ତାରିଖ) ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଥମେ ୧୦ଟା ୧୫ରେ ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିସାରିବା ପରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ହୀରକ ଜୟନ୍ତୀ ଉତ୍ସବରେ ଯୋଗ ଦେବେ । ପରେ ଅପରାହ୍ନ ୩ଟା ୫୫ରେ ନୌସେନା ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ବ୍ଲୁ-ଫ୍ଲାଗ ବିଚରେ ପହଞ୍ଚିବେ । କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ପାଇଁ ବେଳାଭୁମିରୁ ନେଇ ସମଗ୍ର ପୁରୀ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

କାଲି ପହଞ୍ଚିବେ ରାଷ୍ଟ୍ରପତି:-
ଆଜି ଯୁଦ୍ଧକୌଶଳ ଏବଂ ନୌସେନାର ରଣନୀତିର ରିହରର୍ସାଲ ଦେଖି ଦର୍ଶକମାନେ ବେଶ୍ ଉତ୍ସାହିତ ଥିବାବେଳେ ଆସନ୍ତା ବୁଧବାର ମୁଖ୍ୟ କାର୍ଯ୍ୟକ୍ରମ ତଥା ନୌସେନା ଦିବସ ଉତ୍ସବକୁ ଦେଖିବା ପାଇଁ ଲକ୍ଷ ଲକ୍ଷ ଦର୍ଶକ ଏବେ ଅପେକ୍ଷାରେ ଅଛନ୍ତି । କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି (ମଙ୍ଗଳବାର) ଭୁବନେଶ୍ବରରେ ପହଞ୍ଚିବେ । 4 ତାରିଖ ସକାଳେ ସେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବେ । ଏଥିପାଇଁ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ରାଜଧାନୀରେ କମିଶନରେଟ ପୋଲିସ ମଧ୍ୟ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଆଜି ପ୍ରୋଟୋକଲ ଅନୁସାରେ, କାରକେଡ ରିହରର୍ସାଲ ଶେଷ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+