ନବୀନଙ୍କ ସୁରକ୍ଷା ମାମଲା ; ମୁଁ ବିରୋଧୀଦଳ ନେତା ଥିଲାବେଳେ କେବେ ସୁରକ୍ଷା ନେଇ ନ ଥିଲି ; ଜୟ ନାରାୟଣ
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ହ୍ରାସ ପାଇବ ସୁରକ୍ଷା ବ୍ୟବସ୍ଥା। ନବୀନଙ୍କ ସହ ଅନ୍ୟ କେତେକଙ୍କ ସୁରକ୍ଷା ବ୍ୟବସ୍ଥା ହ୍ରାସ ପାଇବ। ଏନେଇ ସୂଚନା ଦେଇଛନ୍ତି ପୋଲିସ ଡିଜି ୱାଇ.ବି ଖୁରାନିଆ। ସେ କହିଛନ୍ତି, ଏହା ଏକ ରେଗୁଲାର ପ୍ରୋସେସ। ସମୟ ଅନୁସାରେ ରାଜ୍ୟସ୍ତରୀୟ କମିଟି ଏହାକୁ ରିଭ୍ୟୁ କରେ। କମିଟି ନିଷ୍ପତ୍ତି ଅନୁସାରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥାଏ।

ତେବେ ଏହି ପ୍ରସଙ୍ଗ ନେଇ ମୁହଁ ଖୋଲିଛନ୍ତି ବରିଷ୍ଠ ଭାଜପା ବିଧାୟକ ଜୟନାରାୟର ମିଶ୍ର। ସେ କହିଛନ୍ତି, ବିଜେଡି ସରକାର ଯେଉଁ ଅନ୍ୟାୟ, ଅତ୍ୟାଚାର କରିଛନ୍ତି ସେଥିପାଇଁ ତାଙ୍କ ମନରେ ଭୟ ରହିଛି। ଲୋକମାନେ କାଳେ କିଛି କରିଦେବେ ସେଥିପାଇଁ ସୁରକ୍ଷା ନେଉଛନ୍ତି। ଯାହା ପୂର୍ବ ସରକାରରେ କରିଛନ୍ତି, ଲୋକେ କାଳେ ତାଙ୍କୁ ବାଡେଇବେ ନେଇ ଭୟରେ ରହୁଛନ୍ତି ନବୀନ।
କିନ୍ତୁ ମୁଁ ବିରୋଧୀଦଳ ନେତା ଥିଲାବେଳେ କେବେ ସୁରକ୍ଷା ନେଇ ନ ଥିଲି। ଏବେ ବି ବିଧାୟକ ଭାବେ ସୁରକ୍ଷା ନେଇନାହିଁ। ଏବେ ଯଦି ବିରୋଧୀ ଦଳ ନେତାଙ୍କ ସୁରକ୍ଷା ହ୍ରାସ ପାଉଛି ତା'ର ନିୟମ ଅଛି। ସେହି ଅନୁସାରେ ସରକାର କାମ କରୁଛନ୍ତି ବୋଲି ଜୟନାରାୟଣ କହିଛନ୍ତି।












Click it and Unblock the Notifications