ନୂଆପଡ଼ାରେ ପହଞ୍ଚିଲା ପରେ ଯାଞ୍ଚ ହେଲା ନବୀନଙ୍କ ହେଲିକପ୍ଟର

ଆଜି ନୂଆପଡା ଯାଉଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ । ହେଲେ ନୂଆପଡା ଯିବା ପୂର୍ବରୁ ଭୁବନେଶ୍ୱର ବିମାନବନ୍ଦରରେ ନବୀନଙ୍କ ହେଲିକପ୍ଟରକୁ କ୍ଲିୟରାନ୍ସ ଦେବାରେ ବିଳମ୍ବ ହୋଇଥିଲା । ସକାଳ ୯ଟା ୩୦ରେ ନବୀନଙ୍କ ହେଲିକପ୍ଟର ଯିବାକୁ ଥିବା ବେଳେ ଏହାକୁ ଦିନ ୧୧ଟା ୩୦ରେ ଅନୁମତି ଦିଆଯାଇଥିଲା । ତେବେ ଏନେଇ ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି ନବୀନଙ୍କ ଫ୍ଲାଇଟ୍‌ ଅପରେଟର ଫ୍ଲାଇଟ୍‌ ପ୍ଲାନ୍‌ ସବମିଟ୍‌ କରିନଥିଲେ । ତେଣୁ ଏୟାର ଡିଫେନ୍ସ କ୍ଲିଅରାନ୍ସ ନମ୍ବର ମିଳିନଥିଲା । କୋଅର୍ଡିନେଟ୍‌ କରି କୋଲକତାରୁ ନମ୍ବର ନେଲୁ । ଏଥିପାଇଁ ପ୍ରାୟ ୨୫ମିନିଟ୍‌ ବିଳମ୍ବ ହେଲା ବୋଲି କର୍ତ୍ତୃପକ୍ଷ କହିଛନ୍ତି । ତେବେ ନବୀନଙ୍କ ହେଲକପ୍ଟରକୁ ଜାଣିଶୁଣି କ୍ଲିଅରାନ୍ସ ଦିଆଯାଇ ନଥିବା କହିଛନ୍ତି ବିଜେଡି ନେତା ଚିନ୍ମୟ ସାହୁ ।

Naveen s
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+