କାଳବୈଶାଖୀ ପାଇଁ ଭୁବନେଶ୍ବରରେ ଓହ୍ଲାଇ ପାରିଲାନି ନବୀନଙ୍କ ହେଲିକପ୍ଟର

ଆସିଲା ବଡ ଖବର ଓହ୍ଲାଇ ପାରିଲାନି ନବୀନଙ୍କ ହେଲିକପ୍ଟର । କାଳବୈଶାଖୀ ପବନ ଯୋଗୁ ଭୁବନେଶ୍ୱରରେ ଓହ୍ଲାଇ ପାରିଲାନି ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକଙ୍କ ହେଲିକପ୍ଟର। ଯାହା ପରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରକୁ ଝାରସୁଗୁଡ଼ା ନିଆଯାଇଛି। ସେଠାରେ ସୁରକ୍ଷିତ ଭାବେ ହେଲିକପ୍ଟର ଅବତରଣ କରିଛି।

naveen patnaik

ପାଗ ବଦଳିବା ପରେ ହେଲିକପ୍ଟର ଝାରସୁଗୁଡ଼ାରୁ ବାହାରିବ ବୋଲି ସୂଚନା ରହିଛି। ସୂଚନାଯୋଗ୍ୟ, ଖଡ଼ିଆଳରୁ ମୁଖ୍ୟମନ୍ତ୍ରୀ ସଭାସାରି ଫେରିଲା ବେଳେ ଭୁବନେଶ୍ୱରରେ ଅବତରଣ କରିପାରିନଥିଲା ହେଲିକପ୍ଟର।

ଅପରାହ୍ନ ପ୍ରାୟ ୩ଟାରୁ ସାଢ଼େ ୩ଟା ଭୁବନେଶ୍ୱର ବିଜୁ ପଟ୍ଟନାୟକ ଏୟାପୋର୍ଟର ଆକାଶ ମାର୍ଗରେ ପହଞ୍ଚିଥିଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର। ଠିକ୍‌ ସେହି ସମୟରେ କାଳବୈଶାଖୀ ପବନ ହୋଇଥିଲା। ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଓହ୍ଲାଇ ପାରିନଥିଲା। ଘଣ୍ଟାଏରୁ ଅଧିକ ସମୟରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଭୁବନେଶ୍ୱରର ଆକାଶ ମାର୍ଗରେ ଚକ୍କର କାଟିଥିଲା। ପରେ ହେଲିକପ୍ଟରଟି ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ଏୟାରପୋର୍ଟରେ ଅବତରଣ କରିଥିଲା। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+