ମୋହନ ମାଝୀଙ୍କ ଆଗରେ ଫିକା ପଡ଼ିଲା ନବୀନଙ୍କ କ୍ରେଜ୍, ବିଜୟ ଅଭିମୁଖେ ଢୋଲକିଆ
ଆଉ ନାହିଁ ନବୀନଙ୍କ କ୍ରେଜ । ଦୁଇ ଦୁଇ ଥର ଯାଇ ମଧ୍ୟ ନିଜ ପ୍ରାର୍ଥୀ କୁ ଜିତାଇ ପାରିଲେନି ନବୀନ । ସେପଟେ ମୋହନ ମାଝୀ ନିଜ ଦଳକୁ ଏକ ଶିଖରେ ପହଂଚାଇଛନ୍ତି।

ଆପଡ଼ା ଉପନିର୍ବାଚନର ଭୋଟ୍ ଗଣତି ସକାଳ ୮ଟାରୁ ଜାରି ରହିଛି। ୧୦ମ ରାଉଣ୍ଡ ସୁଦ୍ଧା ଭାଜପା ପ୍ରାର୍ଥୀ ଜୟ ଢୋଲକିଆ ୩୩୨୩୨ ଭୋଟ୍ରେ ଆଗୁଆ ରହିଛନ୍ତି। ୧୦ମ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୫୦୩୩୩ ଖଣ୍ଡ ଭୋଟ୍ ମିଳିଥିବାବେଳେ ଦ୍ୱିତୀୟ ସ୍ଥାନରେ ଥିବା ବିଜେଡି ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ୧୭୧୦୧ ଖଣ୍ଡ ଭୋଟ୍ ମିଳିଛି। କଂଗ୍ରେସର ଘାସିରାମ ମାଝୀଙ୍କୁ ୧୩୭୫୧ ଖଣ୍ଡ ଭୋଟ୍ ମିଳିଛି।
ସୂଚନାଯୋଗ୍ୟ, ମୋଟ ୩୫୮ ବୁଥ୍ ପାଇଁ ୧୪ଟି ଟେବୁଲରେ ୨୬ ରାଉଣ୍ଡରେ ଗଣତି ଜାରି ରହିଛି। ପ୍ରତ୍ୟେକ ଟେବୁଲରେ ୩ ଜଣ ଅଧିକାରୀ ରହିଛନ୍ତି। ଜଣେ ଗଣତି ସହ ଅଧିକାରୀ, ଗଣତି ସୁପରଭାଇଜର ଏବଂ ମାଇକ୍ରୋ ଅବଜର୍ଭର ନିଯୁକ୍ତ ହୋଇଛନ୍ତି। ଏଥିଲାଗି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।












Click it and Unblock the Notifications