ନବୀନଙ୍କ ଏଭଳି ମନ୍ତବ୍ୟ ପରିବାରକୁ ଆଘାତ ଦେଇଛି- ସମ୍ବିତ ପାତ୍ର
ନୂଆପଡ଼ାରେ ପୁରୀ ଲୋକସଭା ସଦସ୍ୟ ଡାକ୍ତର ସମ୍ବିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ନବୀନ ପଟ୍ଟନାୟକଙ୍କୁ କଡ଼ା ଭାଷାରେ ସମାଲୋଚନା କରିବା ସହ ବେଇମାନ୍ ଓ ପ୍ରାର୍ଥୀ ଚୋରିକୁ ନେଇ ଟାର୍ଗେଟ କରିଛନ୍ତି। ପୁରୀ ଲୋକସଭା ସଦସ୍ୟ ଡାକ୍ତର ସମ୍ବିତ ପାତ୍ର କହିଛନ୍ତି, କୌଣସି ଦ୍ରବ୍ୟର ଚୋରି ହୋଇଥାଏ। ଏକଥା ବୋଧହୁଏ ନବୀନ ବାବୁଙ୍କୁ ଜଣାନାହିଁ। ବିଜେଡି ଘୃଣ୍ୟ ରାଜନୀତି କରି ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କୁ ଏକ ଦ୍ରବ୍ୟରେ ପରିଣତ କରି ଦେଇଛି, ଯାହା ଅତ୍ୟନ୍ତ ଦୁଃଖର ବିଷୟ।

ନୂଆପଡ଼ାରେ ପୁରୀ ଲୋକସଭା ସଦସ୍ୟ ଡାକ୍ତର ସମ୍ବିତ ପାତ୍ର ସାମ୍ବାଦିକ ସମ୍ମିଳନୀରେ ଆହୁରି କହିଛନ୍ତି, ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ସମୟରେ ରାଜେନ୍ଦ୍ର ଢୋଲକିଆଙ୍କୁ ସହଯୋଗ କରିନଥିଲା ବିଜେଡି। ହୃଦ୍ ଜନିତ ଓ କିଡନି ଭଳି ଜଟିଳ ସମସ୍ୟା ହେତୁ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ସମୟରେ ରାଜେନ୍ଦ୍ର ଢୋଲକିଆଙ୍କୁ ସହଯୋଗ କରିନଥିଲା ବିଜେଡି। ବିଜେଡିର କେହି ନେତା ଫୋନ୍ କରିନଥିଲେ। ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ଆର୍ଥିକ ସହାୟତା ମାଗିଥିଲେ ବି ବିଜେଡିର କେହି ନେତା ତାଙ୍କ କଥା ଶୁଣିନଥିଲେ। ଏଇଥିରୁ ଆପଣମାନେ ବୁଝିପାରୁଥିବେ ବିଜେଡି ତାର ବିଧାୟକମାନଙ୍କୁ କିଭଳି ବ୍ୟବହାର ପ୍ରଦର୍ଶନ କରେ। ପୁଅ ଜୟ ଢୋଲକିଆ ବାପା ରାଜେନ୍ଦ୍ର ଢୋଲକିଆଙ୍କୁ କିଡନି ଦେବାକୁ ପ୍ରସ୍ତୁତ ଥିଲେ, କିନ୍ତୁ କିଡନି ପ୍ରତ୍ୟାରୋପଣ ପୂର୍ବରୁ ଆଖି ବୁଜିଥିଲେ ରାଜେନ୍ଦ୍ର ଢୋଲକିଆ। ଜଣେ ଡାକ୍ତର ଭାବେ ଡାକ୍ତର ସମ୍ବିତ ପାତ୍ର ଏଠାରେ ରୋଗର ଉତ୍ତମ ବିଶ୍ଳେଷଣ କରିଥିଲେ।












Click it and Unblock the Notifications