ନବୀନଙ୍କ ବିକାଶ ବିରୋଧୀ ସହି ପାରୁନାହାନ୍ତି ; ଭିକେ ପାଣ୍ଡିଆନ

ପୁଣି ଥରେ ବିରୋଧୀଙ୍କ ଉପରେ ବର୍ଷିଲେ ଭି କେ ପାଣ୍ଡିଆନ । ଚମ୍ପୁଆରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର ବେଳେ ଜନସଭାକୁ ସମ୍ବୋଧିତ କରି ପାଣ୍ଡିଆନ କହିଛନ୍ତି, ମା' ମାନେ ହେଉଛି ବିଜେଡିର ଶକ୍ତି । ସେମାନଙ୍କ ପାଇଁ ଅନେକ ପ୍ରକାର ଯୋଜନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲକ୍ଷ୍ମୀ ବସରେ ୫ ଟଙ୍କାରେ ଯାତ୍ରା, ମିଶନ ଶକ୍ତି ମହିଳାଙ୍କୁ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ବ୍ୟବସ୍ଥା, ମମତା ଯୋଜନାରେ ମା' ମାନଙ୍କୁ ୧୦ ହଜାର ଟଙ୍କା ମିଳୁଛି ।

v k pandian

ସେହିଭଳି ଆଦିବାସୀଙ୍କ ବିକାଶ ପାଇଁ ଏସଡିସି ଗଠନ କରିବା ସହ ସେମାନଙ୍କ ଉପରେ ଥିବା ୫୦ ହଜାର ପୋଲିସ ମାମଲା ପ୍ରତ୍ୟାହାର କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ସର୍ବାଧିକ ହଷ୍ଟେଲ ନିର୍ମାଣ କରିବା ସହ ସେମାନଙ୍କୁ ପାଠ ପଢାଇବା ଦିଗରେ ଅନେକ ଯୋଜନା କରିଛନ୍ତି । କିନ୍ତୁ କେନ୍ଦ୍ର ସରକାର ଆଦିବାସୀଙ୍କ ପାଇଁ ଆସୁଥିବା ବଜେଟକୁ ହ୍ରାସ କରି ଚାଲିଛନ୍ତି । ଆଦିବାସୀଙ୍କ ପାଇଁ ଲାଭ ଯୋଜନା ଆଣିଛନ୍ତି ନବୀନ । ଯେଉଁମାନେ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରୁଛନ୍ତି ସେମାନଙ୍କ ଠାରୁ ସମସ୍ତ ଜଙ୍ଗଲଜାତ ଦ୍ରବ୍ୟକୁ ସରକାର ଠିକ୍ ମୂଲ୍ୟରେ କିଣିବେ । ଯାହାଦ୍ୱାରା ଆଦିବାସୀ ଭାଇଭଉଣୀ ମାନେ ଅଧିକ ଲାଭାନିତ୍ୱ ହେବେ ।

ଏହାସହ ବିରୋଧୀଙ୍କୁ ଟାର୍ଗେଟ କରି ପାଣ୍ଡିଆନ କହିଛନ୍ତି, ଅନ୍ୟ ଦଳର ସାଂସଦ ହେଲେ ସେମାନେ ବିକାଶମୂଳକ କାମରେ ବାଧା ଦେବେ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ହାତକୁ ନେଇଥିଲେ ମୁଖ୍ୟମନ୍ତ୍ରୀ । କିନ୍ତୁ ବିଜେପିର ନେତା ଓ କେନ୍ଦ୍ରମନ୍ତ୍ରୀ ଏହି ପ୍ରକଳ୍ପକୁ ବନ୍ଦ କରିବାକୁ ଚକ୍ରାନ୍ତ କଲେ । କିନ୍ତୁ ମହାପ୍ରଭୁଙ୍କ ଆଶୀର୍ବାଦରେ ଏହି କାମ ଶେଷ ହେଲା । ଚମ୍ପୁଆ ପାଇଁ ମୁଖ୍ୟମନ୍ତ୍ରୀ ଯାହା କାମ କରିବେ ସେଥିରେ ଯେପରି ବାଧା ନ ଉପୁଜିବ ସେଥିପାଇଁ ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ବାଛିବାକୁ ଅପିଲ କରିଛନ୍ତି ପାଣ୍ଡିଆନ । ସବୁ ବିକାଶମୂଳକ କାମ ଦେଖି ବିରୋଧୀ ଦଳର ନିଦ ହଜିଯାଇଛି । ନବୀନ ବାବୁ ଏତେ ଭଲ କାମ କଲେ କେମିତି ରାଜନୀତି କରିବେ ବୋଲି ଭାବୁଛନ୍ତି ବିରୋଧୀ । ତେଣୁ ସେମାନେ ଏବେ ଅପପ୍ରଚାର କରିବା ସହ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଜୁନ୍ ୯ ତାରିଖରେ ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+