ବିରୋଧିଙ୍କୁ କଡା ଜବାବ, ଏଣିକି ମୈଦାନକୁ ଓହ୍ଲାଇବେ ନବୀନ
ଆସନ୍ତା ୧୪ତାରିଖରେ ନବୀନ କଳାହାଣ୍ଡି ଜିଲ୍ଲା ଗସ୍ତ କରି ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପକୁ ଲୋକାର୍ପଣ କରିବା ସହ ସେଠାରେ ପୌର ନିର୍ବାଚନ ପାଇଁ ଶଙ୍ଖଦାନ କରିବାର କାର୍ଯ୍ୟକ୍ରମ ରହିଛି।
ଭୁବନେଶ୍ବର: ଏଣିକି ମୈଦାନକୁ ଓହ୍ଲାଇବେ ନବୀନ । ସାର୍ବଜନୀନ କାର୍ଯ୍ୟରେ ଦେବେ ଯୋଗ । କରୋନା ମହାମାରୀ ଦିନଠୁ କାହିଁକି ମୁଖ୍ୟମନ୍ତ୍ରୀ କୌଣସି ସାର୍ବଜନୀନ କାର୍ଯ୍ୟକ୍ରମରେ ଯୋଗ ଦେଉ ନାହାନ୍ତି ବୋଲି ତୀବ୍ର ସମାଲୋଚନା କରୁଥିଲେ ବିରୋଧି । ଯାହାର ଉତ୍ତର ଏବେ ଦେବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆସନ୍ତା ୧୪ତାରିଖରେ ନବୀନ କଳାହାଣ୍ଡି ଜିଲ୍ଲା ଗସ୍ତ କରି ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପକୁ ଲୋକାର୍ପଣ କରିବା ସହ ସେଠାରେ ପୌର ନିର୍ବାଚନ ପାଇଁ ଶଙ୍ଖଦାନ କରିବାର କାର୍ଯ୍ୟକ୍ରମ ରହିଛି। ନବୀନଙ୍କୁ ସ୍ୱାଗତ ପାଇଁ ଉଭୟ ଦଳ ଓ ସରକାରଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି।
ମିଳିଥିବା ସୂଚନା ଅନୁସାରେ, ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆସନ୍ତା ୧୪ତାରିଖରେ କଳାହାଣ୍ଡି ଜିଲ୍ଲା ଗସ୍ତରେ ଯାଇ ଭବାନୀପାଟଣାଠାରେ ଇନ୍ଦ୍ରାବତୀ ପ୍ରକଳ୍ପର ଲୋକାର୍ପଣ କରିବେ। ଇନ୍ଦ୍ରାବତୀ ମେଗା ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ କଳାହାଣ୍ଡି ଜିଲ୍ଲାର କୋକସରା, ଧର୍ମଗଡ଼ ଓ ଜୟପାଟଣା ବ୍ଲକକୁ ଜଳସେଚନ ସୁବିଧା ମିଳିବ ଓ ସ୍ଥାନୀୟ ବାସିନ୍ଦାଙ୍କର ଦୀର୍ଘବର୍ଷର ଦାବି ପୂରଣ ହେବ। ସେହିପରି ବାନେରରେ ନୂଆ ଗ୍ରୀଡ୍ ସବଷ୍ଟେସନ ମଧ୍ୟ ଲୋକାର୍ପିତ ହେବ।












Click it and Unblock the Notifications