ଭୁବନେଶ୍ୱରରେ ରୋଡ ସୋ କରି ଶକ୍ତି ଦେଖାଇବେ ନବୀନ
ମଇଦାନରେ ଶକ୍ତି ପ୍ରଦର୍ଶନ କରିବେ ନବୀନ । ୧୬ତାରିଖରେ ରାଜଧାନୀ ଦେଖିବ ବିଜେଡି ସୁପ୍ରିମୋଙ୍କ ଶକ୍ତି ପ୍ରଦର୍ଶନ। କାରଣ ଗୁରୁବାର ଭୁବନେଶ୍ୱରରେ ମେଗା ରୋଡ ଶୋ' କରିବେ ମୁଖ୍ୟମନ୍ତ୍ରୀ ।

ରୋଡ ଶୋ' ପାଇଁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ପୋଲିସ । ଏନେଇ ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂ । ମୁଖ୍ୟମନ୍ତ୍ରୀଙ୍କ ରୋଡ ଶୋ' ଗଙ୍ଗନଗର ଛକରୁ ଆରମ୍ଭ ହୋଇ ଗୋପବନ୍ଧୁ ଛକ, ଡିଏଭି ଛକ, ଏଚଡିଏଫସି ବ୍ୟାଙ୍କ ଛକ, ନୂଆ ସାହି, ବେହେରା ସାହି, ନିକ୍କୋ ପାର୍କ ଛକ ଓ ବାୟାବାବା ମଠ ଦେଇ ରୂପାଲି ଛକ ପର୍ଯ୍ୟନ୍ତ ଚାଲିବ। ରୋଡ ଶୋ' ସମୟରେ ଉଚ୍ଚ ପଦସ୍ଥ ପୋଲିସ ଅଧିକାରୀମାନେ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି












Click it and Unblock the Notifications