ମାର୍ଚ୍ଚ ୧ରେ ୮୫୯ ଏସ୍ଏସବି ଅଧ୍ୟାପକଙ୍କୁ ନିଯୁକ୍ତି ପତ୍ର ଦେବେ ନବୀନ
ପୁଣି ବଡ ଘୋଷଣା କଲେ ରାଜ୍ୟ ସରକାର । ଆସନ୍ତା ମାର୍ଚ୍ଚ ୧ରେ ୮୫୯ ଏସ୍ଏସ୍ବି ଅଧ୍ୟାପକଙ୍କୁ ନିଯୁକ୍ତି ଦେବେ। ଏକକାଳୀନ ଲୋକ ସେବା ଭବନର କନଭେନ୍ସନ୍ ହଲ ଓ ରବୀନ୍ଦ୍ର ମଣ୍ଡପରେ ନିଯୁକ୍ତି ପର୍ବ ଅନୁଷ୍ଠିତ ହେବ । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ନବନିଯୁକ୍ତ ଅଧ୍ୟାପକଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ। ୧ ତାରିଖ ସକାଳ ୯ଟାରେ ସମସ୍ତ ସଦସ୍ୟଙ୍କୁ ଉପସ୍ଥିତ ରହିବାକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଅବଗତ କରାଯାଇଛି ।

ଇଂରାଜୀ, ରାଜନୀତି ବିଜ୍ଞାନ, ଅର୍ଥଶାସ୍ତ୍ର, ରସାୟନ ବିଜ୍ଞାନ, ଇତିହାସ, ବାଣିଜ୍ୟ ଓ ଶିକ୍ଷାବର୍ଗର ପ୍ରାର୍ଥୀ ରବୀନ୍ଦ୍ର ମଣ୍ଡପ ଏବଂ ଅବଶିଷ୍ଟ ବର୍ଗର ପ୍ରାର୍ଥୀ ଲୋକ ସେବା ଭବନରେ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତେବେ ପଦାର୍ଥ ବିଜ୍ଞାନ ବିଭାଗର ମାମଲା କୋର୍ଟରେ ବିଚାରାଧୀନ ଥିବାରୁ ଏହାକୁ ନିଯୁକ୍ତି ପର୍ବରୁ ବାଦ୍ ଦିଆଯାଇଥିବା ସୂଚନାରୁ ଜଣାପଡ଼ିଛି।
ଅପରପକ୍ଷେ ରାଜ୍ୟ ପ୍ରବରଣ ମଣ୍ଡଳୀ(ଏସ୍ଏସ୍ବି) ପକ୍ଷରୁ ଅନୁଦାନପ୍ରାପ୍ତ ବେସରକାରୀ କଲେଜରେ ଅଧ୍ୟାପକ ନିଯୁକ୍ତି ପାଇଁ ଆସନ୍ତାକାଲି ଅର୍ଥାତ୍ ରବିବାରଠାରୁ ସ୍ଥାନ ଚୟନ ପ୍ରକ୍ରିୟା ଆରମ୍ଭ ହେବ। ନିଯୁକ୍ତି ପାଇଁ ଚୟନ ହୋଇଥିବା ପ୍ରାର୍ଥୀମାନେ ଆସନ୍ତା ୨୮ତାରିଖ ମଧ୍ୟରେ ନିଜ ପସନ୍ଦର ସ୍ଥାନ ଚୟନ କରିବେ। ଏହି ପ୍ରକ୍ରିୟା ଅଫ୍ଲାଇନ୍ରେ ଭୁବନେଶ୍ୱର ଆଚାର୍ୟ୍ୟ ବିହାରସ୍ଥିତ ପୁସ୍ତକ ଭବନଠାରେ ଅନୁଷ୍ଠିତ ହେବ। ଦିନକୁ ଦୁଇଟି ପର୍ୟ୍ୟାୟରେ ଏହି ପ୍ରକ୍ରିୟା କରାଯିବ ।












Click it and Unblock the Notifications