ଆଜିଠୁ ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ, ହିଞ୍ଜିଳିରୁ ହେବ ଆରମ୍ଭ

ଆଜିଠୁ ମଇଦାନକୁ ଓହ୍ଲାଇବେ ନବୀନ। ଆଜିଠୁ ପ୍ରଚାର ଆରମ୍ଭ କରୁଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଗଂଜାମ ଜିଲ୍ଲା ହିଞ୍ଜିଳିରୁ ଆରମ୍ଭ କରିବେ ନିର୍ବାଚନୀ ପ୍ରଚାର । ଏହି ଅବସରରେ ଓଡ଼ିଶାବାସୀଙ୍କୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ, କହିଛନ୍ତି ଏଥର ଯୋଡ଼ି ଶଙ୍ଖ । ଗୋଟିଏ ଏମଏଲଏ ପାଇଁ ଆଉ ଗୋଟିଏ ଏମପି ପାଇଁ।

naveen patnaik

ଡବଲ ଶଙ୍ଖରେ ଭୋଟ ଦେଇ ଦୁଇ ପ୍ରାର୍ଥୀଙ୍କୁ ବିଜୟୀ କରାଇବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେହିପରି ବିଜେଡି ନେତା ତଥା ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମଧ୍ୟ ଓଡ଼ିଶାବାସୀଙ୍କୁ ଏଥର ଯୋଡ଼ି ଶଙ୍ଖ ବୋଲି ଆହ୍ଵାନ କରିଛନ୍ତି। ଗୋଟିଏ ଏମପି ପାଇଁ ଆଉ ଗୋଟିଏ ଏମଏଲଏ ପାଇଁ ବୋଲି କହିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଆସନ୍ତା ୨୪ରୁ ନିର୍ବାଚନୀ ପ୍ରଚାର ଆରମ୍ଭ ହେଉଥିବାରୁ ଓଡ଼ିଶାବାସୀଙ୍କୁ ଏଥର ଯୋଡ଼ି ଶଙ୍ଖ ବୋଲି ଉଦବୋଧନ କରିଛନ୍ତି।

ଆସନ୍ତାକାଲି ସକାଳ ସାଢ଼େ ୧୦ଟାରେ ହିଞ୍ଜିଳିରେ ଆୟୋଜିତ ଏକ ଜନସଭାରେ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରିବେ। ସାଢ଼େ ୧୧ଟାରେ ଶେରଗଡ଼ରେ ବି ସେ ଉଦବୋଧନ ଦେବେ। ଆସନ୍ତା ୩୦ ତାରିଖରେ ହିଞ୍ଜିଳି ବିଧାନସଭା ଆସନ ଲାଗି ମୁଖ୍ଯମନ୍ତ୍ରୀ ନିଜର ପ୍ରାର୍ଥିପତ୍ର ଦାଖଲ କରିବେ। ସେହିଦିନ ସେ ତାରାତାରିଣୀ ଦର୍ଶନ କରିବେ ଏବଂ ପ୍ରାର୍ଥିପତ୍ର ଦାଖଲ ପରେ ଚିକିଟିରେ ଏକ ସମାବେଶକୁ ସମ୍ବୋଧିତ କରିବେ।

୧ ତାରିଖରେ ବ୍ରହ୍ମପୁର ଲୋକସଭା ଆସନ ଅନ୍ତର୍ଗତ ଖଲ୍ଲିକୋଟ, ଦିଗପହଣ୍ଡି, ଛତ୍ରପୁର ଓ ଆସ୍କା ଲୋକସଭା ଆସନ ଅନ୍ତର୍ଗତ କବିସୂର୍ଯ୍ୟନଗରରେ ନିର୍ବାଚନ ପ୍ରଚାର କରିବେ। ୩ ତାରିଖରେ କନ୍ଧମାଳ ଲୋକସଭା ଆସନ ଅନ୍ତର୍ଗତ ଭଞ୍ଜନଗର, ଆସ୍କା ଲୋକସଭା ଆସନ ଅନ୍ତର୍ଗତ ପୋଲସରା, ସାନଖେମୁଣ୍ଡି ଓ ସୋରଡାରେ ପ୍ରଚାର କରିବେ। ସେହିପରି ୬ ତାରିଖରେ ବ୍ରହ୍ମପୁର ଲୋକସଭା ଅନ୍ତର୍ଗତ ଗୋପାଳପୁର ଓ ଆସ୍କା ଲୋକସଭା ଆସନ ଅନ୍ତର୍ଗତ ଆସ୍କାରେ ଦୁଇଟି କାର୍ଯ୍ୟକ୍ରମରେ ସାମିଲ ହେବେ। ୭ ତାରିଖରେ ଶେରଗଡ଼, ହିଞ୍ଜିଳି,ବ୍ରହ୍ମପୁରରରେ ୩ଟି ରୋଡସୋରେ ଯୋଗଦେବେ। ୯ ତାରିଖରେ ଗୋପାଳପୁରରେ ଏକ ରୋଡସୋରେ ମୁଖ୍ଯମନ୍ତ୍ରୀ ଯୋଗଦେବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+