ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ, ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର

ନିର୍ବାଚନ ଯେତିକି ପାଖେଇ ଆସୁଛି ପ୍ରଚାର ପ୍ରସାର ପାଇଁ ଫୁଲ ଦମରେ ଲାଗିପଡିଛନ୍ତି ବିଜେଡି ଓ ବିଜେପି । ଏଥର ରାଜ୍ୟରେରେ ହେବ ମହା ଲଢେଇ । ଏଥି ପାଇଁ ଚାଲିଛି ବିଜେଡିର ରୁଦ୍ଧ ଦ୍ୱାରା ବୈଠକ । ସ୍ୱତନ୍ତ୍ର ରଣନୀତି ନେଇ ପୁଣି ଲୋକଙ୍କ ପାଖରେ ପହଞ୍ଚିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଏହାକୁ ନେଇ ବିଜେଡି କର୍ମୀଙ୍କ ମନରେ ମଧ୍ୟ ବେଶ ଉତ୍ସାହ ଦେଖିବାକୁ ମିଳିବ । କାରଣ ପ୍ରତି ଥର ପରି ଏଥର ବି ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ ବୋଲି ଚର୍ଚ୍ଚା ଆରମ୍ଭ ହୋଇଗଲାଣି ।

n

ଏହି ମାସ ଶେଷ ଆଡ଼କୁ ଦଳର ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇ ପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନଙ୍କ ପାଇଁ ହୋଇଥିବା ସ୍ଵତନ୍ତ୍ର ବସରେ ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର । ୨୦୧୯ ପରି ସ୍ୱତନ୍ତ୍ର ବସରେ ଲୋକଙ୍କ ନିକଟକୁ ଯାଇ ପ୍ରଚାର କରିପାରନ୍ତି ନବୀନ ପଟ୍ଟନାୟକ । ପ୍ରଥମ ପର୍ଯ୍ୟାୟରେ ଭୋଟ୍ ପଡ଼ିବାକୁ ଥିବା କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ନିର୍ବାଚନ ପ୍ରଚାର କରିବେ ନବୀନ ।

ଏପ୍ରିଲ ଶେଷ ସପ୍ତାହ ବେଳକୁ ଏହି ସଂସଦୀୟ କ୍ଷେତ୍ର ଏବଂ ଏହା ଅଧିନରେ ଥିବା ୨୮ଟି ବିଧାନସଭା ଆସନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରଚାର କରିବେ ବୋଲି ଚର୍ଚ୍ଚା ହେଉଛି । ୨୦୧୯ରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ପାଇଁ ପ୍ରସ୍ତୁତ ହୋଇଥିଲା ସ୍ୱତନ୍ତ୍ର ବସ । ଯେଉଁଥିରେ ବସି ରୋଡ ସୋ କରିଥିଲେ ନବୀନ । ଏହି ବସରେ କାର୍ ଭଳି ସନରୁଫ୍ ରହିଥିଲା । ଚଳିତ ନିର୍ବାଚନରେ ମଧ୍ୟ ମୁଖ୍ୟମନ୍ତ୍ରୀ ସମାନ ଢଙ୍ଗରେ ପ୍ରଚାର ମୈଦାନକୁ ଓହ୍ଲାଇବେ ବୋଲି ଚର୍ଚ୍ଚା ହେଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+