ନବୀନ ହେବେ ବିରୋଧୀ ଦଳ ନେତା, ପ୍ରସ୍ତାବ ଦେଲେ ଦଳୀୟ ନେତା
୨୪ ସାଧାରଣ ନିର୍ବାଚନରେ ବିଜେଡିକୁ ବଡ ଝଟକା ଲାଗିଛି । ଯାହା ଫଳରେ ଶାସକ ବିଜେଡି ଏବେ କ୍ଷମତାରୁ ଓହୋରିଛି । ଏବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏଥର ଓଡିଶା ବିଧାନସଭାରେ ନୂଆ ଭୂମିକାରେ ନଜର ଆସିବେ । ବିରୋଧୀ ଦଳ ନେତା ଭାବେ ନବୀନ ପଟ୍ଟନାୟକଙ୍କ ନାଁକୁ ପ୍ରସ୍ତାବ ଦେଇଛନ୍ତି ଦଳୀୟ ନେତା ।

ଫଳରେ ନବୀନ ବିରୋଧୀ ଦଳ ନେତା ହେବା ସମ୍ଭାବନା ବଢିଯାଇଛି । ସେହିପରି ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ ବିରୋଧୀ ଦଳ ମୁଖ୍ୟ ସଚେତକ ଭାବେ ଦେଖିବାକୁ ମିଳିପାରେ । ଏବଂ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିରୋଧୀ ଦଳ ଉପନେତା କରିବାକୁ ବିଜେଡି ଯୋଜନା କରୁଛି ।












Click it and Unblock the Notifications