ନବୀନ ପାଳିଲେ ରକ୍ଷା ବନ୍ଧନ, ଛୋଟ ଛୋଟ ପିଲା ବାନ୍ଧିଲେ ନବୀନଙ୍କ ହାତରେ ରାକ୍ଷୀ
ରକ୍ଷା ବନ୍ଧନ ଅବସରରେ ଆଜି ବିଭିନ୍ନ ଅନୁଷ୍ଠାନ, ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ମାନେ ନବୀନ ନିବାସ ଆସି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଙ୍କ ରାଖୀ ବାନ୍ଧି ଶୁଭେଚ୍ଛା ଜଣାଇଥିଲେ। ଶ୍ରୀ ପଟ୍ଟନାୟକ ମଧ୍ୟ ଶୁଭେଚ୍ଛା ଗ୍ରହଣ କରି ସମସ୍ତଙ୍କୁ ରାଖୀ ପାଇଁ ଅଭିନନ୍ଦନ ଜଣାଇଥିଲେ।

ଭୁବନେଶ୍ୱର ଭରତପୁର ସ୍ଥିତ ଲୁଇ ବ୍ରେଲି ଦୃଷ୍ଟି ବାଧିତ ବିଦ୍ୟାଳୟର ଦୃଷ୍ଟି ବାଧିତ କୁନି କୁନି ଝିଅ ମାନେ ପ୍ରଥମେ ଶ୍ରୀ ପଟ୍ଟନାୟକଙ୍କୁ ରାଖୀ ବାନ୍ଧି ଶୁଭେଚ୍ଛା ଜଣାଇଥିଲେ। ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକ ପିଲା ମାନଙ୍କୁ ଆଶୀର୍ବାଦ କରିବା ସହ ସମସ୍ତଙ୍କୁ ଉପହାର ଦେଇଥିଲେ। ପରେ ପରେ ଲା କିଡ଼ସ ପ୍ଲେ ସ୍କୁଲର କୁନି କୁନି ପିଲାମାନେ ରାଖୀ ବାନ୍ଧି ଥିଲେ।
ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସଙ୍କ ନେତୃତ୍ୱରେ ବିଭିନ୍ନ ୱାର୍ଡର କର୍ପୋରେଟର ମାନେ ମଧ୍ୟ ନବୀନ ପଟ୍ଟନାୟକଙ୍କୁ ଭେଟି ରାଖୀ ବାନ୍ଧି ଥିଲେ।












Click it and Unblock the Notifications