୨୦୨୯ରେ ବି ନିର୍ବାଚନ ଲଢ଼ିବେ ନବୀନ
ସବୁ ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଛେଦ । ଦ୍ୱିତୀୟ ନେତୃତ୍ୱ ଘମାସାନ ଉପରୁ ହଠିଛି ପରଦା । ନବୀନ ନିବାସର ବୈଠକରେ ପରେ ଏନେଇ ଖୁଲାସା କରିଛନ୍ତି ନିଜେ କଳିକେଶ ନାରାୟଣ ସିଂହଦେଓ । ଖୋଲାଖୋଲି କହିଲେ ଦ୍ୱିତୀୟ ନେତୃତ୍ୱ ନେବାର ପ୍ରଶ୍ନ ଉଠୁନି । ନବୀନଙ୍କ ପରେ କୌଣସି ଲିଡରସିପ୍ର ପ୍ରଶ୍ନ ଉଠୁନି ।
ନବୀନଙ୍କ ସହ ପୂରା ବିଜୁ ଜନତା ଦଳ ରହିଛି' । 'ଦଳ ଯାହା ଦାୟିତ୍ୱ ଦେଇଛି ସୂଚାର ରୂପେ ପାଳନ କରୁଛି' । ବହୁତ ଦିନ ହେଲା ନବୀନ ବାବୁଙ୍କୁ ଭେଟି ନଥିଲି, ଆଜି ଭେଟିଲି । ଆଲୋଚନା ଅଲଗା କିଛି ନାହିଁ, ବଲାଙ୍ଗିର ଜିଲ୍ଲାରେ ସାଂଗଠନିକ ସ୍ଥିତି ଉପରେ ଆଲୋଚନା ହୋଇଛି । 'ବଲାଙ୍ଗିର ଜିଲ୍ଲାର ଚାଷୀଙ୍କ ସମସ୍ୟା ବିଷୟରେ ଆମେ ଆଲୋଚନା କଲୁ । କୌଣସି ପ୍ରକାର ନିର୍ଦ୍ଦିଷ୍ଟ ବିଷୟରେ ଆଲୋଚନା ହୋଇନି । ରାଜ୍ୟରେ ଯେଉଁ ସ୍ଥିତି ରହିଛି ନବୀନ ପୁଣି ମୁଖ୍ୟମନ୍ତ୍ରୀ ହେଲେ ସୁଧୁରିବ ।

୨୪ ବର୍ଷ ଧରି ରାଜ୍ୟକୁ ଗୋଲ୍ଡେନ୍ ପିରିୟଡ୍ ଦେଇଛନ୍ତି ନବୀନ । ଦଳ ଯାହା ଦାୟିତ୍ୱ ଦେବ ତାହା ନିର୍ବାହ କରିବି ବୋଲି କଳିକେଶ ସଫେଇ ଦେଇଛନ୍ତି । ନବୀନ ଥିବା ଯାଏ ଅନ୍ୟ ନେତୃତ୍ବର ପ୍ରଶ୍ନ ଉଠୁନି । ଗ୍ରାଉଣ୍ଡରେ ସବୁ ଏକାଠି କାମ କରୁଛୁ ବୋଲି କହିଥିଲେ କଳିକେଶ । '୨୦୨୯ରେ ବି ନିର୍ବାଚନ ଲଢ଼ିବେ ନବୀନ ପଟ୍ଟନାୟକ । ଯେଉଁମାନେ ମୋତେ ସମର୍ଥନ ଦେଇଛନ୍ତି ସେମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ।
ସୂଚନା ଥାଉକି, କଳିକେଶଙ୍କୁ ନେତୃତ୍ୱ ଦେବା ପାଇଁ ୨ ଦିନ ତଳେ ଚର୍ଚ୍ଚା ହେଉଥିଲା । କିଏ ହେବ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ବୋଲି ତର୍ଜମା ଚାଲିଥିଲା ? ନେତୃତ୍ୱ ଦେବାକୁ ଦିବ୍ୟଶଙ୍କର ମିଶ୍ର ଓ ଦେବେଶ ଆଚାର୍ଯ୍ୟ ସୁପାରିସ କରିଥିଲେ। ତେବେ ନେତୃତ୍ୱ ପ୍ରସଙ୍ଗକୁ ନେଇ ବିଜେଡିରେ ବିବାଦ ଦେଖାଦେଇଥିଲା। ନେତା ହୋଇଥିଲେ ମୁହାମୁହିଁ। ଏବେ ସବୁ ପ୍ରଶ୍ନର ମିଳିଛି ଉତ୍ତର । କେହି ଆଉ ଉତ୍ତରାଧିକାରୀ ନୁହେଁ ବରଂ ନବୀନ ସର୍ବୋଚ୍ଚ ନେତା ବୋଲି ହୋଇଛି ସ୍ପଷ୍ଟ ।
-
ରାଷ୍ଟ୍ରପତିଙ୍କୁ ଅପମାନ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ମୋହନ ମାଝୀଙ୍କ ଚିଠି -
କଳିଙ୍ଗ ଷ୍ଟୁଡିଓ ଛକରେ ଭୟଙ୍କର ଅଗ୍ନିକାଣ୍ଡ, ଉଦ୍ଧାର କାର୍ଯ୍ୟ ଜାରି -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ଦାଦନ ଯିବାରେ ବଲାଙ୍ଗୀର ଜିଲ୍ଲା ସର୍ବାଗ୍ରେ -
ଆଜିଠାରୁ ରାଜ୍ୟରେ ବଢିବ ଦିନ ତାପମାତ୍ରା -
ନୀତି ବିଭ୍ରାଟ, ବୁଧବାର ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ -
ରାଜ୍ୟରେ ବଢ଼ିଛି କୁମ୍ଭୀରଙ୍କ ସଂଖ୍ୟା -
୭ ଲକ୍ଷ ରାସନକାର୍ଡ ହିତାଧିକାରୀ ନାଁରେ ଲୁଟ -
ବିଜେପିରେ ମିଶିଲେ ବାଲେଶ୍ବରର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା -
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
ତହସିଲ୍ଦାରଙ୍କ ବିପୁଳ ସଂପତ୍ତି ଠାବ କଲା ଭିଜିଲାନ୍ସ ; ନଗଦ ୨ ଲକ୍ଷ ଟଙ୍କା ସହ, ୨ଟି ବହୁତଳ କୋଠା ଠାବ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା











Click it and Unblock the Notifications