Get Updates
Get notified of breaking news, exclusive insights, and must-see stories!

ନବମ ଥର ନବୀନ ହେବେ ବିଜେଡି ସଭାପତି: ଆଜି ବିଧିବଦ୍ଧ ହେବ ଘୋଷଣା

ଭୁବନେଶ୍ବର : ନବମ ଥର ପାଇଁ ବିଜେଡିର ରାଜ୍ୟ ସଭାପତି ହେବେ ନବୀନ ପଟ୍ଟନାୟକ। ନବୀନଙ୍କ ବ୍ୟତୀତ ଦଳର ଅନ୍ୟ କେହି ନାମାଙ୍କନ ଦାଖଲ କରି ନଥିବାରୁ ପୁଣି ନବୀନ ନିର୍ଦ୍ବନ୍ଦ୍ବରେ ସଭାପତି ହେବା ନିଶ୍ଚିତ ହୋଇଛି। ଆଜି ନବୀନଙ୍କୁ ସଭାପତି ଭାବେ ବିଧିବଦ୍ଧ ଘୋଷଣା କରାଯିବ।

ରାଜ୍ୟ ସଭାପତି ସହ ଦଳ ପକ୍ଷରୁ ବାକି ଥିବା ସାଂଗଠନିକ ଜିଲାଗୁଡ଼ିକର ସଭାପତି ଘୋଷଣା କରାଯିବା ମଧ୍ୟ ସମ୍ଭାବନା ରହିଛି। ଏଥିସହ ୩୫୫ ଜଣଙ୍କୁ ନେଇ ରାଜ୍ୟ କାର୍ଯ୍ୟକାରିଣୀ ଓ ୮୧ ଜଣଙ୍କୁ ନେଇ ରାଜ୍ୟ ପରିଷଦ ଘୋଷଣା ହେବ ବୋଲି ଜଣାପଡ଼ିଛି। ଏହାପରେ ରାଜ୍ୟ କମିଟି, ଯୁବ, ଛାତ୍ର, ମହିଳା ଆଦି ଛାମୁଆ ସଂଗଠନ କମିଟି ଗଠନ କରାଯିବ। ୨୪ ବର୍ଷ ଧରି ରାଜ୍ୟରେ କ୍ଷମତାରେ ଥିବା ବିଜେଡି ଏବେ ବିରୋଧୀ ଆସନରେ। ସଂଗଠନରେ ଏଥର ଦଳ କାହାକୁ ଗୁରୁତ୍ବ ଦେବ ଏବଂ କାହା ପତ୍ତା କଟିବ ତାହା ଉପରେ ସମସ୍ତଙ୍କ ନଜର ରହିଛି।

Naveen to be BJD president for ninth time Announcement to be made today

ସୂଚନା ଅନୁଯାୟୀ, ଏଥର କିଛି ନୂଆ ପଦବୀ ଓ କମିଟି ସୃଷ୍ଟି କରିପାରନ୍ତି ନବୀନ। ସାଂଗଠନିକ ସମ୍ପାଦକ ପଦବୀ ଉଚ୍ଛେଦ କରି ପୂର୍ବ ପରି ମହାସଚିବ ପଦବୀ ସୃଷ୍ଟି କରାଯାଇପାରେ। ରାଜନୈତିକ ବ୍ୟାପାର କମିଟି ଓ ଶୃଙ୍ଖଳା କମିଟି ମଧ୍ୟ ଗଠନ କରାଯିବା ସମ୍ଭାବନା ରହିଛି। କାର୍ଯ୍ୟକାରୀ ସଭାପତି କାହାକୁ ରଖିବେ ସେ ସଂକ୍ରାନ୍ତରେ ସ୍ପଷ୍ଟତା ଆସିନାହିଁ। ସେହିପରି ଉପସଭାପତି ସଂଖ୍ୟା ନବୀନ ବୃଦ୍ଧି କରିପାରନ୍ତି। ଦେବୀ ମିଶ୍ର, ପ୍ରଣବ ପ୍ରକାଶ ଦାସ, ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ ଦାସବର୍ମା, ଅରୁଣ ସାହୁ, ପ୍ରତାପ ଜେନାଙ୍କୁ ସଂଗଠନରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ମିଳିପାରେ। ସେହିପରି କିଛି ବରିଷ୍ଠ ନେତା ଓ ମେଳି କରୁଥିବା ଯୁବନେତାଙ୍କ ପତ୍ତା କଟିବା ସମ୍ଭାବନା ରହିଛି। ଯୁବ ନେତାଙ୍କ ସଂଖ୍ୟା ଦଳରେ ଅଧିକ ଥିବାରୁ ନୂଆ ଟିମ୍‌ରେ ପୁରୁଖାଙ୍କ ତୁଳନାରେ ଯୁବକଙ୍କୁ ଅଧିକ ଗୁରୁତ୍ବ ମିଳିବା ଉଚିତ୍ ବୋଲି ସ୍ବର ଉଠିଲାଣି। ପରାଜିତ ଅଭିଜ୍ଞ ନେତା ବି ସଂଗଠନରେ ଗୁରୁତ୍ବପୂର୍ଣ୍ଣ ପଦବୀ ହାତେଇବାକୁ ଲବି ଚଳାଇଥିବା ଜଣାପଡ଼ିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+