ମୁମ୍ବାଇରୁ ଅସ୍ତ୍ରୋପଚାର ପରେ ଭୁବନେଶ୍ବର ଫେରିଲେ ନବୀନ

ଭୁବନେଶ୍ବରରେ ପହଞ୍ଚିଲେ ବିଜେଡି ମୁଖିଆ ନବୀନ ପଟ୍ଟନାୟକ । ସୁସ୍ଥ ହେବା ପରେ ଆଜି ମୁମ୍ବାଇରୁ ଫେରିଲେ । ସର୍ଭାଇକାଲ ଆର୍ଥ୍ରାଇଟ୍ସ ଚିକିତ୍ସା ପାଇଁ ମୁମ୍ବାଇ ଯାଇଥିଲେ । ଗତ ୨୦ ତାରିଖରେ ଚିକିତ୍ସା ପାଇଁ ମୁମ୍ବାଇ ଯାଇଥିଲେ । ୨୨ ତାରିଖରେ ତାଙ୍କର ଅପରେସନ ହୋଇଥିଲା । ସେ ଏବେ ହସ୍ପିଟାଲରୁ ଡିସଚାର୍ଜ ହୋଇ ଡ଼ାକ୍ତରଙ୍କ ପରାମର୍ଶକ୍ରମେ ଚିକିତ୍ସାରେ ଥିଲେ । ସୁସ୍ଥ ହେବା ପରେ ଆଜି ମୁମ୍ବାଇରୁ ଭୁବନେଶ୍ୱର ଫେରିଛନ୍ତି ।

Naveen

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୨୨ ତାରିଖରେ ମୁମ୍ବାଇ ଯାଇଥିଲେ । ସର୍ଭାଇକାଲ ଆର୍ଥ୍ରାଇଟ୍ସ ଚିକିତ୍ସା ପାଇଁ ବିଜେଡି ମୁଖିଆ ମୁମ୍ବାଇ ଯାଇଥିଲେ । ତାଙ୍କ ଅନୁପସ୍ଥିତିରେ ଦଳ କେମିତି ଠିକ ଭାବେ ଚାଲିବ ସେନେଇ ବନ୍ଦୋବସ୍ତ ବି କରିଥିଲେ । ନିଜେ ନବୀନ ଏନେଇ ନୋଟିସ୍ ଜାରି କରିବା ସହ ତାଙ୍କ ଅନୁପସ୍ଥିତିରେ ଦଳର ରାଜନୈତିକ ବ୍ୟାପାର କମିଟି ସବୁକିଛି ବୁଝାବୁଝି କରିବ ବୋଲି କହିଥିଲେ । ସେହିପରି ଦଳର ବରିଷ୍ଠ ଉପସଭାପତି ଥିବା ଦେବୀ ମିଶ୍ର ଦଳର ବିଭିନ୍ନ ଶାଖାର କାର୍ଯ୍ୟକ୍ରମ ମଧ୍ୟରେ ସମନ୍ୱୟ ରଖିବେ ବୋଲି ନୋଟିସ୍ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+