ପାଣ୍ଡିଆନଙ୍କ ଉପରେ ନବୀନଙ୍କ ବୟାନ ,କହିଲେ ସେ ଜଣେ ସଚ୍ଚୋଟ ଓ କର୍ତ୍ତବ୍ୟନିଷ୍ଠ ବ୍ୟକ୍ତି
ଭୁବନେଶ୍ୱର: ରାଜ୍ୟରେ ବିଜୁ ଜନତା ଦଳର ୨୪ ବର୍ଷର ଗଡ଼ ଭାଙ୍ଗିଯାଇଛି । ବିଜେଡିର ପରାଜୟ ହେବା ପରଠାରୁ ରାଜ୍ୟରେ ଭିକେ ପାଣ୍ଡିଆନ୍ଙ୍କୁ ନେଇ ଜାରି ରହିଥିବା ବିବାଦ ମଧ୍ୟରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ମୁହଁ ଖୋଲିଛନ୍ତି । ସେ ପାଣ୍ଡିଆନ୍ଙ୍କୁ କ୍ଲିନ୍ ଚିଟ୍ ଦେଇଛନ୍ତି । ନବୀନ ଆଜି ଖବର ସରବରାହ ସଂସ୍ଥାକୁ ସାକ୍ଷାତକାର ଦେଇ କହିଛନ୍ତି ,ପରାଜୟ ପାଇଁ ପାଣ୍ଡିଆନଙ୍କୁ ସମାଲୋଚନା କରିବା ଦୁର୍ଭାଗ୍ୟଜନକ ।
ଅଫିସର ଭାବେ କାମ କରି ଅବସର ନେଇ ବିଜେଡିରେ ମିଶିଥିଲେ ପାଣ୍ଡିଆନ । ସେ କୌଣସି ପଦ ପଦବୀରେ ନାହାନ୍ତି କି ନିର୍ବାଚନ ଲଢ଼ି ନାହାନ୍ତି । ମୋ ଉତ୍ତରାଧିକାରୀ ପାଣ୍ଡିଆନ ନୁହଁନ୍ତି ଆଉ ଥରେ ସ୍ପଷ୍ଟ କରୁଛି କହିଲେ ନବୀନ । ମୋ ଉତ୍ତରାଧିକାରୀ ଓଡ଼ିଶାବାସୀ ସ୍ଥିର କରିବେ କହିଛନ୍ତି ନବୀନ । ଅଫିସର ଭାବେ ପାଣ୍ଡିଆନ ୧୦ ବର୍ଷ ଭଲ କାମ କରିଛନ୍ତି । ବାତ୍ୟା ଓ କୋଭିଡ ସମୟରେ ଭଲ କାମ କରିଛନ୍ତି ପାଣ୍ଡିଆନ । ଭଲ କାମ କରି ଅବସର ନେଇ ରାଜନୀତିରେ ଯୋଗ ଦେଇଛନ୍ତି ।

ବିଜେଡିରେ ଯୋଗ ଦେବା ପରେ ଦଳ ପାଇଁ ବହୁତ କାମ କରିଛନ୍ତି ।ପାଣ୍ଡିଆନ ଜଣେ ସଚ୍ଚୋଟ ଓ ଦକ୍ଷ ବ୍ୟକ୍ତି ବୋଲି କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଅନ୍ୟପଟେ ରାଜ୍ୟରେ ବିଜେଡିର ପରାଜୟକୁ ନେଇ ମୁହଁ ନବୀନ କହିଛନ୍ତି ପରାଜୟକୁ ସାଦରେ ଗ୍ରହଣ କରୁଛୁ ଗଣତନ୍ତ୍ରରେ ଏମିତି ହାର୍ ଜିତ୍ ଲାଗି ରୁହେ । ଓଡ଼ିଶା ବାସୀଙ୍କୁ ବହୁତ ବହୁତ ଧନ୍ୟବାଦ ।
ମୋତେ ଦୀର୍ଘ ବର୍ଷ ମୋତେ ଶାସନ କରିବାକୁ ସୁଯୋଗ ଦେଇଥିବାରୁ । ଓଡ଼ିଶାର ସାଢେ ୪ କୋଟି ଜନତାଙ୍କ ସେମାନଙ୍କ ଆଶିର୍ବାଦ ପାଇଁ ଗଭୀର ନୃତଜ୍ଞତା ଜ୍ଞାପନ କରୁଛି । ଆମ ସରକାରଙ୍କ ଉପଲବ୍ଧକୁ ନେଇ ଗର୍ବିତ । ପରାଜୟ ପରେ ମୁଁ ମୋର ସେବା ଜାରି ରଖବି । ମୋ ପରିବାର ଓ ମୁଁ ସେମାନଙ୍କ ସେବା ଜାରି ରଖିବୁ ବୋଲି କହିଛନ୍ତି ନବୀନ ।












Click it and Unblock the Notifications