ଆଜି ନବୀନଙ୍କ ପଞ୍ଚମ ପାଳି ସରକାରକୁ ପୂରିଲା ୪ ବର୍ଷ

ଭୁବନେଶ୍ୱର:ନବୀନ ପଟ୍ଟନାୟକଙ୍କ ୫ମ ପାଳିର ସରକାରକୁ ପୁରିଲା ୪ ବର୍ଷ । ୨୦୧୯ ମେ'୨୯ ତାରିଖରେ ୧୧୨ଟି ଆସନରୁ ବିଜୟ ଲାଭ କରି ଲାଗାତାର ପଞ୍ଚମ ଥର ପାଇଁ ରାଜ୍ୟର ଶାସନ ଭାର ସମ୍ଭାଳିବା ସହ କ୍ଷମତାକୁ ଫେରିଥିଲା ବିଜେଡି । ଦୀର୍ଘ ୨୪ ବର୍ଷ ହେବ ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳକୁ କ୍ରମାଗତ ଭାବେ ମିଳୁଛି ସଫଳତା ।

ବିଜେଡି ସରକାର କ୍ଷମତାକୁ ଆସିବା ପରେ ରାଜ୍ୟ ଉନ୍ନତି ପଥରେ ଆଗେଇ ଚାଲିଛି । ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡ଼ା,ରାଜ୍ୟବାସୀଙ୍କ ମୌଳିକ ସୁବିଧାକୁ ପୂରଣ କରି ଆଜି ସାରା ଦେଶର ମଡେଲ ସାଜିଛି ବିଜେଡି ସରକାର । ରାଜ୍ୟର ଅନେକ ଯୋଜନା କେନ୍ଦ୍ରରେ ଏପରିକି ବିଶ୍ୱରେ ପ୍ରଶଂସା ସାଉଁଟୁଛି । ଦୀର୍ଘ ୨୩ ବର୍ଷ ଧରି ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରି ରାଜ୍ୟବାସୀଙ୍କ ବିଶ୍ୱାସ ଜିତି ପାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Naveen patnaik

କେବଳ ଏତିକି ନୁହେଁ ରାଜ୍ୟରେ ମହିଳା ସଶକ୍ତୀକରଣ ଆଜି ଏକ ନୂତନ ଉଚ୍ଚତାରେ ପହିଞ୍ଚି ପାରିଛି । ମିଶନ ଶକ୍ତି ଜରିଆରେ ଗ୍ରାମୀଣ
ମହିଳାମାନେ ରାଜ୍ୟର ଅର୍ଥନୀତିକୁ ସମୃଦ୍ଧ କରିବା ସହ ନିଜେ ମଧ୍ୟ ସ୍ୱାବାଲମ୍ବୀ ହୋଇପାରିଛନ୍ତି । ଟଙ୍କା ରୋଜଗାର କରି ନିଜ ପରିବାର ଚଳାଇପାରୁଛନ୍ତି ରାଜ୍ୟର ହଜାର ହଜାର ମହିଳା । ମହିଳାଙ୍କୁ ସଶକ୍ତ କରିବାରେ ଆଜି ଓଡ଼ିଶା ଆଗରେ ରହିଛି । ସେହିପରି ରାଜ୍ୟରେ କ୍ରୀଡ଼ା ଇକୋସିଷ୍ଟମ ଅଧିକ ସଶକ୍ତ ହୋଇପାରିଛି ।

ନବୀନଙ୍କ ୫ମ ପାଳିର ଆଜି ୪ର୍ଥ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟବାସୀଙ୍କୁ ବିଭିନ୍ନ ଯୋଜନା ମଧ୍ୟରେ ଭେଟି ଦେଇଛନ୍ତି ରାଜ୍ୟ ସରକାର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+