ରାଜଧାନୀରେ ରୋଡ ସୋ ଆରମ୍ଭ କରିଲେ ନବୀନ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବିଶାଳ ରୋଡ ଶୋ' । ସାମିଲ ହୋଇଛନ୍ତି ଲକ୍ଷ ଲକ୍ଷ ଲୋକ । ଜନ ସମୁଦ୍ର ପାଲଟିଛି ରାଜଧାନୀ ରାଜରାସ୍ତା । ଗଙ୍ଗନଗର ଛକରୁ ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀଙ୍କ ରୋଡ ଶୋ' । ମୁଖ୍ୟମନ୍ତ୍ରୀ ହାତ ହଲାଇ ଉପସ୍ଥିତ ଜନତାଙ୍କୁ ଅଭିବାଦନ ଜଣାଇବା ସହ ଭୁବନେଶ୍ୱର ସାଂସଦ ଓ ମଧ୍ୟ ବିଧାୟକ ପ୍ରାର୍ଥୀଙ୍କୁ ଯୋଡି ଶଙ୍ଖରେ ଭୋଟ ଦେବାକୁ କଲେ ଅପିଲ୍ ।

ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ସୋ' ସ୍ଥାନୀୟ ୟୁନିଟ-୬ସ୍ଥିତ ଗଙ୍ଗନଗର ଛକଠାରୁ ବାହାରିଛି । ଏହି ସୋ' ଏଲଆଇସି ଅଫିସ ଛକଠାରୁ ବାମ ପାର୍ଶ୍ୱ ରାସ୍ତା ଦେଇ ଗୋପବନ୍ଧୁ ଛକ, ଓୟୁଏଟି ଗେଷ୍ଟ ହାଉସ ଛକରୁ ଡାହାଣ ପାର୍ଶ୍ୱ ରାସ୍ତା ଦେଇଅ ୟୁନିଟ-୮ ଡିଏଭି ସ୍କୁଲ ଛକ, ଏଚଡିଏଫସି ବ୍ୟାଙ୍କ ଛକଠାରୁ ବାମ ପାର୍ଶ୍ୱ ରାସ୍ତା ଦେଇ ବାଲୁଙ୍କେଶ୍ୱର ମନ୍ଦିର ଛକ, ମମତାଜ ଅଲି ସ୍କୁଲ, ଶ୍ରୀକୃଷ୍ଣ କ୍ଲବ ଠାରୁ ଡାହାଣ ପାର୍ଶ୍ୱ ରାସ୍ତା ଦେଇ ବେହେରା ସାହି ଛକ ଦେଇ ନିକ୍େକା ପାର୍କ ଛକରେ ପହଞ୍ଚିବ ।

Naveen pattnaik

ନିକୋପାର୍କ ଛକଠାରୁ ନବୀନଙ୍କ ରୋଡ ସୋ' ବାୟାବାବା ମଠ ଠାରୁ ବାମ ପାର୍ଶ୍ୱ ରାସ୍ତା ଦେଇ ରୂପାଲୀ ଛକରେ ପହଞ୍ଚିବ । ଏହା ପରେ ସେଠାରୁ ୟୁଟର୍ଣ୍ଣ ନେଇ ରାମମନ୍ଦିର ଛକ, ଶ୍ରୀୟା ଛକ, ମାଷ୍ଟର କ୍‌ଯାଣ୍ଟିନ ଦେଇ ଶିଶୁ ଭବନ ଛକ ରାସ୍ତା ପର୍ଯ୍ୟନ୍ତ ଯିବ । ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଅଭିବାଦନ ଜଣାଇଛନ୍ତି । ବିଜେଡି ନେତା ଓ କର୍ମୀଙ୍କ ସମେତ ସମର୍ଥକମାନେ ମଧ୍ୟ ଉତ୍ସାହିତ ଦେଖାଯାଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+