ଓଡ଼ିଶାରେ ସର୍ବବୃହତ ଇସ୍ପାତ ପ୍ରକଳ୍ପ ସ୍ଥାପନ କରିବ ନିପ୍ପନ୍ ଷ୍ଟିଲ୍, ଖୁସି ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଟୋକିଓ: ୩ ଦିନିଆ ଗସ୍ତରେ ଯାଇ ଜାପାନରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବାନ ପଟ୍ଟନାୟକ । ଟୋକିଓରେ ନିପନ୍ ଷ୍ଟିଲସର ସଭାପତି ଇଜି ହାସିମୋଟୋଙ୍କୁ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ବୈଠକରେ ଓଡ଼ିଶାରେ ଆର୍ସେଲର ମିତଲ ଓ ନିପନ ଷ୍ଟିଲର ସଂପ୍ରସାରଣ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି ।
ତେବେ ଏହି ସାକ୍ଷାତ ସମୟରେ ମୁଖ୍ୟମନ୍ତ୍ରୀ ନିପ୍ପନ ଷ୍ଟିଲକୁ ପୁଞ୍ଜି ନିବେଶ ପାଇଁ ଆହ୍ବାନ କରିଛନ୍ତି । ନିପ୍ପନ ଷ୍ଟିଲକୁ ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ସରକାର ପ୍ରତିଶ୍ରୁତି ମଧ୍ୟ ପ୍ରଦାନ କରିଛନ୍ତି । ଇସ୍ପାତ ନିର୍ମାଣ ପାଇଁ ଓଡ଼ିଶାରେ ବ୍ୟାପକ ସମ୍ଭାବନା ରହିଛି ବୋଲି ସଂପୃକ୍ତ କମ୍ପାନୀକୁ ଅବଗତ କରାଯାଇଛି ।
ସୂଚନାଯୋଗ୍ୟ ଯେ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ୧୨ ନିୟୁତ କ୍ଷମତା ବିଶିଷ୍ଟ ଷ୍ଟିଲ ପ୍ଲାଣ୍ଟ ସ୍ଥାପନ ପାଇଁ ୨୦୨୧ରେ ଏଏମଏନଏସ ଓଡ଼ିଶା ସରକାରଙ୍କ ସହ ଏମଓୟୁ କରିଥିଲା । ଏହି କମ୍ପାନି ହେଉଛି ଆର୍ସେଲର ମିତ୍ତନ ଓ ନିପ୍ପନ ଷ୍ଟିଲ ମଧ୍ୟରେ ଏକ ଯୁଗ୍ମ ଉଦ୍ୟୋଗ । ଏହି ପ୍ରକଳ୍ପରେ ୫୦ ହଜାର କୋଟି ଟଙ୍କାର ନିବେଶ କରାଯିବ । ସେହିପରି ଜଗତସିଂହପୁରରେ ବି ଏଏମଏନଏସ ସାତ ନିୟୁତ ଟନ କ୍ଷମତା ବିଶିଷ୍ଟ ଏକ ପ୍ରକଳ୍ପ ସ୍ଥାପନ କରିବ ବୋଲି ପ୍ରସ୍ତାବ ରହିଛି ।
ତେବେ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ ପରେ ନିପ୍ପନ ଷ୍ଟିଲ କର୍ପୋରେସନ ଏନଏସସିର ସଭାପତି ଏଇଜି ହାସିମୋତୋ କହିଛନ୍ତି ଭାରତରେ ନିପ୍ପନ ଷ୍ଟିଲ ସବୁଠୁ ଅଧିକ ପୁଞ୍ଜି ଓଡ଼ିଶାରେ ହିଁ ନିବେଶ କରିବ । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ନିପ୍ପନ ଷ୍ଟିଲ ମୁଖ୍ୟ ।
ତେବେ ନିପ୍ପନ ଷ୍ଟିଲର ପୁଞ୍ଜି ନିବେଶ ପ୍ରସ୍ତାବ ପରେ ମଖ୍ୟମନ୍ତ୍ରୀ ନିଜୟ ଖୁସି ବ୍ୟକ୍ତ କରିଛନ୍ତି । ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ଖୁସି ଜାହିର କରିଛନ୍ତି ମଖ୍ୟମନ୍ତ୍ରୀ । ନିପ୍ପନ ଷ୍ଟିଲର ନିବେଶର ଦ୍ବାରା ରାଜ୍ୟରେ ଅର୍ଥନୀତି ସହ ରୋଜଗାର ସୁଯୋଗ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ପ୍ରକଳ୍ପ ମାଧ୍ୟମରେ ଓଡିଶାକୁ ବିପୁଳ ପରିମାଣର ବିଦେଶୀ ନିବେଶ ଆସିବ ଓ ଏହା ଦ୍ବାରା ଓଡ଼ିଶାର ବିଭିନ୍ନ ଜିଲ୍ଲା ଯେପରିକି ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, କେନ୍ଦୁଝର ଆଦି ଜିଲ୍ଲାରେ ବିପୁଳ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଅନ୍ୟପଟେ ବୁଧବାର ହେବାକୁ ଥିବା ଓଡ଼ିଶା ବିଜ୍ନେସ୍ ମିଟରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଠାକାର ପ୍ରବାସୀ ଓଡିଆଙ୍କୁ ଭେଟିବା ସହ ରାତ୍ରୀ ଭୋଜନ କାର୍ଯାକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ, ରାଜ୍ୟ ପ୍ରମୁଖ ଶାସନ ସଚିବ ପ୍ରଦୀପ କୁମାର ଜେନା, ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗର ପ୍ରମୁଖ ସଚିବ ମନୋଜ ମିଶ୍ର, ଇପିକଲ୍ର ପରିଚାଳନା ନିର୍ଦ୍ଦେଶକ ଭୁପେନ୍ଦ୍ର ପୁନିଆ, ୫-ଟି ସଚିବ ଭି କେ ପାଣ୍ଡିଆନ୍ ଏବଂ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭିନିଲ୍ କ୍ରିଷ୍ଣା ଜାପାନ ଗସ୍ତରେ ଯାଇଛନ୍ତି।












Click it and Unblock the Notifications