ଜନ୍ମଦିନରେ ପଦଯାତ୍ରାକୁ ଓହ୍ଲାଇବେ ନବୀନ ପଟ୍ଟନାୟକ, କର୍ମୀଙ୍କୁ ବାଣ୍ଟିବେ ମିଠା
ଭୁବନେଶ୍ବର ଜିଲା ବିଜେଡି ସଭାପତି ଅଶୋକ ପଣ୍ଡାଙ୍କ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ଅକ୍ଟୋବର ୧୬ ତାରିଖ ଜନ୍ମଦିନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଦଯାତ୍ରା କରିବେ ବୋଲି ସଭାପତି ପଣ୍ଡା କହିଛନ୍ତି।

ଏହି ଅବସରରେ ନବୀନ ଭୁବନେଶ୍ବର ଗଙ୍ଗନଗର ୱାର୍ଡ ନଂ ୫୨ରେ ଏକ ଜନସମ୍ପର୍କ ପଦଯାତ୍ରା କରିବେ। ଏଥିରେ ଦଳର ବରିଷ୍ଠ ନେତା ଏବଂ କର୍ମୀ ଉପସ୍ଥିତ ରହିବେ। ନବୀନ SOS ଭିଲେଜ ଯାଇ ମିଷ୍ଟାନ୍ନ ବଣ୍ଟନ କରିବା ସହ କର୍ମୀଙ୍କୁ ଶୁଭେଚ୍ଛା ଦେବାର କାର୍ଯ୍ୟକ୍ରମ ରହିଛି।












Click it and Unblock the Notifications