୧୨ରେ ଓଡ଼ିଶା ଫେରିବେ ନବୀନ ପଟ୍ଟନାୟକ, ଚିକିତ୍ସା ପାଇଁ ୨୦ ତାରିଖରେ ଯାଇଥିଲେ ମୁମ୍ବାଇ
ଜୁଲାଇ ୧୨ ତାରିଖ ଦିନ ଓଡ଼ିଶା ଫେରିବେ ନବୀନ। ଦିନ ୧ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ତେବେ ଚିକିତ୍ସା ପାଇଁ ଜୁନ୍ ୨୦ ତାରିଖରେ ମୁମ୍ୱାଇ ଯାଇଥିଲେ ନବୀନ।
ଏହାପରେ ଜୁନ୍ ୨୪ରେ ହୋଇଥିଲା ନବୀନଙ୍କ ଅସ୍ତ୍ରୋପଚାର। ଜୁଲାଇ ୭ ତାରିଖରେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ ନବୀନ। ହେଲେ ସେ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଓଡ଼ିଶା ଫେରିନଥିଲେ। କିନ୍ତୁ ନବୀନ ଆଉ ଗୋଟିଏ ଦିନ ପରେ ଓଡ଼ିଶା ଫେରିବେ ବୋଲି ସୂଚନା ମିଳିଛି।

ଯଦି ଦେଖିବା ନବୀନ ମୁମ୍ୱାଇରେ ଥିଲେ ସତ, କିନ୍ତୁ ଓଡ଼ିଶାର ଟିକିନିଖି ଖବର ଉପରେ ସେ ନଜର ରଖିଥିଲେ। ସେତିପାଇଁ ତ ଓଡ଼ିଶାର ଘଟଣା ଦୁର୍ଘଟଣା ସମ୍ପର୍କରେ ଟ୍ୱିଟ୍ କରି ନିଜ କଥା ରଖୁଥିଲେ।












Click it and Unblock the Notifications