ନିଜ ରାଜ୍ୟରେ ସବୁଠାରୁ ଲୋକପ୍ରିୟ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ: ସର୍ଭେ

ଇଣ୍ଡିଆ ଟୁଡେ ଗ୍ରୁପ୍ ଓ କାର୍ଭି ଇନ୍ସାଇଟ୍ସ ମୁଡ୍ ଅଫ୍ ଦି ନେସନ୍ (Mood of the Nation) ଅନୁଯାୟୀ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସ୍ତରରେ ସର୍ବୋତ୍ତମ ପ୍ରଦର୍ଶନକାରୀ ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।

ନୂଆଦିଲ୍ଲୀ: ଇଣ୍ଡିଆ ଟୁଡେ ଗ୍ରୁପ୍ ଓ କାର୍ଭି ଇନ୍ସାଇଟ୍ସ ମୁଡ୍ ଅଫ୍ ଦି ନେସନ୍ (Mood of the Nation) ଅନୁଯାୟୀ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସ୍ତରରେ ସର୍ବୋତ୍ତମ ପ୍ରଦର୍ଶନକାରୀ ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ମୂଲ୍ୟାୟନ ପାଇଁ ରାଜ୍ୟବାସୀଙ୍କୁ ନିଜ ନିଜ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଦକ୍ଷତାକୁ ଆକଳନ କରିବାକୁ କୁହାଯାଇଥିଲା।

51% ଓଡିଶାରବାସୀ ତାଙ୍କୁ ସକରାତ୍ମକ ମୂଲ୍ୟାୟନ ଦେବା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଯୋଗୀ ଆଦିତ୍ୟନାଥ ଏବଂ ଉଦ୍ଧବ ଠାକରେଙ୍କୁ ପରାସ୍ତ କରି ନବୀନ ପଟ୍ଟନାୟକ ବିଜୟୀ ହୋଇଛନ୍ତି ।

Mood of the Nation

ମୁଡ୍ ଅଫ୍ ଦି ନେସନ ଜାନୁଆରୀ 2021 ସର୍ଭେର ସମ୍ପୂର୍ଣ୍ଣ ଫଳାଫଳ:

ଓଡିଶାର ମୁଖ୍ୟମନ୍ତ୍ରୀଭାବେ ନବୀନ ପଟ୍ଟନାୟକ 51% ଭୋଟ ପାଇଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ 41 ପ୍ରତିଶତ ଭୋଟ୍ ପାଇ 2ୟରେ ରହିଛନ୍ତି । ସେହିପରି 39 ପ୍ରତିଶତ ଭୋଟ ପାଇ 3ୟରେ ରହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ । ମହାରାଷ୍ଟ୍ରର ସିଏମ୍ ଉଦ୍ଧବ ଠାକରେ ଏବଂ ତେଲେଙ୍ଗାନା ସିଏମ୍ କେ ଚନ୍ଦ୍ରଶେଖର ରାଓ 35 ପ୍ରତିଶତ ଭୋଟ ପାଇ ଯଥାକ୍ରମେ 4ର୍ଥ ଓ 5ମ ସ୍ଥାନରେ ରହିଛନ୍ତି।

Naveen Patnaik

ଜାତୀୟ ରାଜନୀତିରୁ ଦୂରେଇ ରହୁଥିବା ନବୀନ ପଟ୍ଟନାୟକ ନିଜ ରାଜ୍ୟ ଉପରେ ବେଶଷ ଧ୍ୟାନ ଦେଇଥାନ୍ତି । ଦୁଇ ଦଶନ୍ଧି ଧରି ନବୀନ ପଟ୍ଟନାୟକ ଭାରତୀୟ ଜନତା ଦଳ (ବିଜେପି) ଏବଂ କଂଗ୍ରେସକୁ ପରାସ୍ତ କରି 5ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କ୍ରମାଗତ ଚତୁର୍ଥ ଥର ପାଇଁ ଜାତୀୟ ସ୍ତରରେ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବରେ ଉଭା ହୋଇଛନ୍ତି। କିଛି ସର୍କଲରେ ବିଜେପିର ହିନ୍ଦୁତ୍ୱ ରାଜନୀତିର ଉତ୍ତରାଧିକାରୀ ଭାବରେ ଦେଖାଯିବା ବ୍ୟତୀତ ବିଭିନ୍ନ ରାଜ୍ୟରେ ଦଳର ନିର୍ବାଚନ ପ୍ରଚାରରେ 'ଷ୍ଟାର୍ ପ୍ରଚାରକ' ରହିଆସିଛି। ଉତ୍ତରପ୍ରଦେଶରେ ତାଙ୍କ ସରକାରଙ୍କ ଦ୍ବାରା ନିଆଯାଇଥିବା ଅନେକ ନିଷ୍ପତ୍ତି ଯୋଗୀ ଆଦିତ୍ୟନାଥଙ୍କୁ ଏହି ସଫଳତା ଆଣି ଦେଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+