Get Updates
Get notified of breaking news, exclusive insights, and must-see stories!

ଟ୍ରେନ୍ ଦୁର୍ଘଟଣା ନେଇ ମୁଖ୍ୟମନ୍ତ୍ରୀଙ୍କ ଶୋକ; ସହାୟତା ପାଇଁ କୋରାପୁଟ ଓ ରାୟଗଡା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଟ୍ରେନ୍ ଦୁର୍ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୋକସନ୍ତପ୍ତ ପରିବାର ପ୍ରତି ମଧ୍ୟ ତାଙ୍କର ଗଭୀର ସମବେଦନା ଜଣାଇଛନ୍ତି । ଶ୍ରୀ ପଟ୍ଟନାୟକ ଆହତ ଯାତ୍ରୀଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ।

ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟରେ ତୁରନ୍ତ ସହାୟତା କରିବାକୁ ମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର ରିଲିଫ କମିଶନର ଏବଂ ରାୟଗଡ଼ା ଓ କୋରାପୁଟ ର କଲେକ୍ଟରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ପଲାସା ପାସେଞ୍ଜରକୁ ପଛରୁ ପିଟିଛି ରାୟଗଡ଼ା ଯାଉଥିବା ପାସେଞ୍ଜର । ଉଭୟ ଟ୍ରେନ୍‌ରେ ମିଶି ୧୦୦ରୁ ୧୫୦ ଯାତ୍ରୀ ଥାଇପାରନ୍ତି ବୋଲି କୁହା ଯାଉଛି । ଦୁର୍ଘଟଣାସ୍ଥଳରେ ରେଳ ବିଭାଗର ଉଦ୍ଧାରକାରୀ ଦଳ ପହଞ୍ଚିଛି । ଭୁବନେଶ୍ବରରୁ ଏକ ଉଦ୍ଧାରକାରୀ ଦଳ ଯାଇଛି । ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟରେ ୧୪ଟି ଆମ୍ବୁଲାନ୍ସ ନିୟୋଜିତ ହୋଇଛି । ତ୍ୱରିତ ବେଗରେ ଦ୍ଧାର କାର୍ଯ୍ୟ ଚାଲିଛି ବୋଲି ସିପିଆରଓ କହିଛି ।

naveen_patnaik

ହେଲ୍ପ ଲାଇନ ନମ୍ବର

ୱାଲଟର: ୦୮୯୧-୨୮୮୫୯୧୪
ବିଶାଖାପାଟଣା ରେଲୱେ ଷ୍ଟେସନ ପାଇଁ ହେଲ୍ପଲାଇନ୍ ନମ୍ୱର
ରେଲୱେ ନମ୍ୱର: ୮୩୦୦୩, ୮୩୦୦୪, ୮୩୦୦୫, ୮୩୦୦୬
ବିଏସଏନଏଲ୍ ଲ୍ୟାଣ୍ଡ ଲାଇନ ନମ୍ୱର: ୦୮୯୧୨୭୪୬୩୩୦; ୦୮୯୧୨୭୪୪୬୧୯
ଏୟାରଟେଲ୍: ୮୧୦୬୦୫୩୦୫୧; ୮୧୦୬୦୫୩୦୫୨
ବିଏସଏନଏଲ: ୮୫୦୦୦୪୧୬୭୦; ୮୫୦୦୦୪୧୬୭୧
ଭୁବନେଶ୍ୱର: ୯୬୭୪୨୩୦୧୬୨୫, ୨୩୦୧୫୨୫, ୨୩୦୩୦୬୯

ଓଭରସୁଟିଂରୁ ହୋଇ ଦୁର୍ଘଟଣା ହୋଇ ଥାଇପାରେ ବୋଲି କହିଛନ୍ତି CPRO । ତେବେ କେଉଁ କାରଣରୁ ଘଟିଲା ଦୁର୍ଘଟଣା, ତଦନ୍ତ ହେବ ବୋଲି ସେ କହିଛନ୍ତି ।

ସୂଚନା ଯୋଗ୍ୟ, ବିଶାଖାପାଟଣା-ରାୟଗଡ଼ା ଆସୁଥିବା ପାସେଞ୍ଜର ଟ୍ରେନ୍‌ ଲାଇନଚ୍ୟୁତ ହୋଇଛି । ଆନ୍ଧ୍ରପ୍ରଦେଶର ଆଲମଣ୍ଡା ଷ୍ଟେସନ ନିକଟରେ ୪ଟି ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡ଼ିଛି । ଆନ୍ଧ୍ରପ୍ରଦେଶର ଆଲମଣ୍ଡା ଓ କଣ୍ଟକାପଲ୍ଲୀ ଷ୍ଟେସନ୍ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+