ବିଜେଡି ପ୍ରତିଷ୍ଠା ଦିବସରେ ପରାଜୟର କାରଣ କହିଲେ ନବୀନ
Odisha News: ଆଜି ବିଜେଡିର ୨୮ ତମ ପ୍ରତିଷ୍ଠା ଦିବସ । ଏହି ଖାସି ଦିନ ଅବସରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ୍ସରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ରାଜ୍ୟବାସୀଙ୍କ ବିଶ୍ଵାସ ଓ ଭରଷାକୁ ନେଇ ବିଜେଡି ଆଗକୁ ବଢୁଛି । ଦଳର ପ୍ରତିଟି କର୍ମଚାରୀଙ୍କ ନିଷ୍ଠା ଓ ଉତ୍ସର୍ଗୀକୃତ କାର୍ଯ୍ୟ ପାଇଁ ଆଜି ବିଜେଡି ଶ୍ରେଷ୍ଠ ଆଞ୍ଚଳିକ ଦଳ ଭାବେ ଉଭା ହୋଇଛି । ଓଡ଼ିଶା ହକର ଲଢେଇ ପାଇଁ ବିଜେଡି କେବେ ପଛଘୁଞ୍ଚା ଦେବ ନାହିଁ ।

ସେହିପରି ବିଜେଡିର ପରାଜୟ ପଛର କାରଣ ମଧ୍ୟ ବିଜେଡି ସୁପ୍ରିମୋ କହିଛନ୍ତି । ନବୀନ କହିଛନ୍ତି, ଆମେ ହାରି ନାହୁଁ, କି ଲୋକଙ୍କ ବିଶ୍ୱାସ ଆମ ପ୍ରତି ଭାଙ୍ଗି ନାହିଁ । ବିଜେପି ମିଛ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଛି । ଆମେ ତାଙ୍କ ମିଛକୁ ଠିକ୍ ଭାବେ କାଉଣ୍ଟର କରିପାରିଲୁ ନାହିଁ । ହେଲେ ଆଜି ରାଜ୍ୟବାସୀ ଜାଣିପାରିଛନ୍ତି ଯେ ବିଜେପି ମିଛ କହି କ୍ଷମତାକୁ ଆସିଛି ।












Click it and Unblock the Notifications