ଓଡ଼ିଶାର ନବୀନ ଯୁଗର ଅନ୍ତ:୨୪ ବର୍ଷର ବିଜେଡ଼ି ସରକାରର ପତନ; ୨୦୦୦ ମାର୍ଚ୍ଚ ୫ରୁ ୨୦୨୪ ମାର୍ଚ୍ଚ ୫
୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଭାବେ ରହିବା ପରେ ଇସ୍ତଫା ଦେଲେ ନବୀନ । ଓଡ଼ିଶା ରାଜନୀତିର ଅପ୍ରତିଦ୍ବନ୍ଦୀ ନେତା ନବୀନ ପଟ୍ଟନାୟକ ଆଜି ଇସ୍ତଫା ଦେଇଛନ୍ତି । ୫ଥରର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଇସ୍ତଫା ଦେଇଛନ୍ତି । ସବୁଠୁ ବଡ଼କଥା ହେଲା ମାର୍ଚ୍ଚ ୫ ତାରିଖ ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।
ଆଜି ଜୁନ୍ ୫ ତାରିଖ ୨୦୨୪ ମସିଆରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ନବୀନ ପଟ୍ଟନାୟକ। ନବୀନ ପଟ୍ଟନାୟକ ଆଜି ପୂର୍ବାହ୍ନ ସାଢେ୧୧ଟାରେ ନବୀନ ନିବାସରୁ ବାହାରି ରାଜଭବନ ଅଭିମୁଖେ ବାହାରିଥିଲେ । ସେଠାରେ ସେ ରାଜଭବନରେ ପହଞ୍ଚି ରାଜ୍ୟପାଳ ରଘୁବର ଦାସଙ୍କୁ ନିଜ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି ।

ଚଳିତ ନିର୍ବାଚନରେ ବିଜେପି କ୍ଲିନ୍ ସୁଇପ୍ କରି ୭୮ ସିଟ୍ ହାତେଇ ଥିବା ବେଳେ ମାତ୍ର ୫୧ ସିଟ୍ରେ ସୀମିତ ହୋଇ ଯାଇଛି ବିଜେଡି। କଂଗ୍ରେସ ୧୪ଟି ଆସନ ହାସଲ କରିବାରେ ସକ୍ଷମ ହୋଇଛି। ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଥର ପାଇଁ ପରାଜୟର ସ୍ୱାଦ ଚାଖିଛନ୍ତି। ହିଞ୍ଜିଳି ଓ କଣ୍ଟାବାଞ୍ଝିରୁ ମଇଦାନକୁ ଓହ୍ଲାଇଥିବା ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ଝି ଆସନରେ ଜନମତ ହାସଲ କରିବାରେ ସମର୍ଥ ହୋଇ ପାରି ନାହାନ୍ତି। ହିଞ୍ଜିଳି ଆସନରୁ ବିଜୟୀ ହୋଇଛନ୍ତି ।












Click it and Unblock the Notifications