ହସ୍ପିଟାଲ୍ରୁ ଡିସ୍ଚାର୍ଜ ହେଲେ ନବୀନ ପଟ୍ଟନାୟକ
ନବୀନ ପଟ୍ଟନାୟକଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ସେ ଆଜି ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ଏନେଇ ସୂଚନା ଦେଲେ ନବୀନଙ୍କ ରାଜନୈତିକ ସଚିବ ସନ୍ତୃପ୍ତ ମିଶ୍ର । ସୂଚନା ଅନୁସାରେ, ମୁମ୍ବାଇର କୋକିଳାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ୍ରୁ ଡିସ୍ଚାର୍ଜ ହେଲେ ନବୀନ ପଟ୍ଟନାୟକ । ସର୍ଭାଇକାଲ୍ ଆର୍ଥ୍ରରାଇଟ୍ସ ଅସ୍ତ୍ରୋପଚାର ପାଇଁ ଭର୍ତ୍ତି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

ମୁମ୍ବାଇରେ ରହିବେ ନବୀନ- ତେବେ ସେ ବର୍ତ୍ତମାନ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ ହେଁ ଏବେ ଭୁବନେଶ୍ବର ଆସିବେ ନାହିଁ । ସେ କିଛି ଦିନ ପର୍ଯ୍ୟନ୍ତ ମୁମ୍ବାଇରେ ରହିବେ । ଡାକ୍ତରଙ୍କ ପରାମର୍ଶରେ କିଛି ଦିନ ମୁମ୍ବାଇରେ ରହିବା ପରେ ଭୁବନେଶ୍ବର ଫେରିବେ ।












Click it and Unblock the Notifications