ଜୟନ୍ତ ମହାପାତ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ ସମ୍ପନ୍ନ
କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟୁଇଟ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲେଖିଛନ୍ତି ଯେ, ଯଶସ୍ଵୀ ସାହିତ୍ୟିକ ଜୟନ୍ତ ମହାପାତ୍ରଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ସାହିତ୍ୟ ଜଗତରେ ଏହା ଏକ ଅପୂରଣୀୟ ଶୂନ୍ୟସ୍ଥାନ ।
ସେ ଆହୁରି ଲେଖିଛନ୍ତି ଯେ, ଉଭୟ ଓଡ଼ିଆ ଏବଂ ଇଂରାଜୀ ସାହିତ୍ୟରେ ଅନନ୍ୟ ସୃଜନସୃଷ୍ଟି ତାଙ୍କୁ ସର୍ବଦା ଅମର କରି ରଖିବ । ମହାନ ସାହିତ୍ୟିକଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି ।
ଯଶସ୍ଵୀ ସାହିତ୍ୟିକ ଜୟନ୍ତ ମହାପାତ୍ରଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ସାହିତ୍ୟ ଜଗତରେ ଏହା ଏକ ଅପୂରଣୀୟ ଶୂନ୍ୟସ୍ଥାନ। ଉଭୟ ଓଡ଼ିଆ ଏବଂ ଇଂରାଜୀ ସାହିତ୍ୟରେ ଅନନ୍ୟ ସୃଜନସୃଷ୍ଟି ତାଙ୍କୁ ସର୍ବଦା ଅମର କରି ରଖିବ। ମହାନ ସାହିତ୍ୟିକଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି।
— Naveen Patnaik (@Naveen_Odisha) August 27, 2023
ପଦ୍ମଶ୍ରୀ କବି ଜୟନ୍ତ ମହାପାତ୍ରଙ୍କ ପରଲୋକ ହୋଇଛି । କଟକ ଏସସିବିରେ ଚିକିତ୍ସାଧୀନ ଥିଲେ ଜୟନ୍ତ ମହାପାତ୍ର । ନିମୋନିଆରେ ଆକ୍ରାନ୍ତ ହୋଇ ସେ ଚିକିତ୍ସିତ ହେଉଥିଲେ । ବ୍ରେନ ଷ୍ଟ୍ରୋକ ହେବାରୁ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି ।

ଆଜି ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସ୍ୱର୍ଗତ କବିଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଆତ୍ମାର ସଦଗତି କାମନା କରିବା ସହ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ।
୯୫ ବର୍ଷ ବୟସରେ ଜୟନ୍ତ ମହାପାତ୍ରଙ୍କ ପରଲୋକ ଘଟିଛି । ଗତ ୪ ତାରିଖରୁ ସେ ଏସସିବି ମେଡିକାଲରେ ଚିକିତ୍ସିତ ହେଉଥିଲେ। କିଛି ଦିନ ହେଲା ଏସସିବିର ଆସିୟୁରେ ରଖାଯାଇ ତାଙ୍କର ଚିକିତ୍ସା କରାଯାଉଥିଲା । ହେଲେ ଗତକାଲି ରାତିରେ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ଭେଣ୍ଟିଲେଟରକୁ ସ୍ଥାନାନ୍ତର କରାଯାଇ ଥିଲା ।
ଅଗଷ୍ଟ ୪ ତାରିଖରେ ଜୟନ୍ତ ମହାପାତ୍ର ଅସୁସ୍ଥ ହୋଇପଡିବାରୁ କଟକ ବଡ ମେଡିକାଲକୁ ଅଣାଯାଇଥିଲା । ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସୁଥିବା ବେଳେ ହଠାତ ସ୍ୱାସ୍ଥ୍ୟବସ୍ଥା ବିଗିଡିଯାଇଥିଲା ।
ଉଭୟ ଓଡିଆ ଇଂରାଜୀରେ କବିତା ସଂକଳନ ସହ ଗପ ବହି, ଆତ୍ମଜିବନୀ ପାହିନି ରାତି ଓଡିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଛି । ସାହିତ୍ୟ ସାଧନା ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନ, କେନ୍ଦ୍ର ସାହିତ୍ୟ ଏକଡେମୀ ପୁରସ୍କାର, ଉକ୍ରଳ ରତ୍ନ ସମ୍ମାନ, ସାରଳା ସମ୍ମାନ, ବିଷୁବ ପୁରସ୍କାରରେ ସମ୍ମାନୀତି କରାଯାଇଛି ।












Click it and Unblock the Notifications