ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ସ୍କୁଲ କର୍ମଚାରୀଙ୍କୁ ୧୫ ଦିନର ସାମୟିକ ଛୁଟି, ମହିଳା କର୍ମଚାରୀଙ୍କୁ ୧୮୦ ଦିନର ମାତୃତ୍ୱ ଛୁଟି

ସ୍କୁଲ କର୍ମଚାରୀଙ୍କୁ ମିଳିବ ସାମୟିକ ଛୁଟି ନେଇ ଘୋଷଣା କଲେ ରାଜ୍ୟ ସରକାର । ଅନୁଦାନପ୍ରାପ୍ତ ସ୍କୁଲ କର୍ମଚାରୀଙ୍କୁ ମିଳିବ ୧୫ ଦିନର ସାମୟିକ ଛୁଟି । ଶିକ୍ଷକ ଓ ଅଣଶିକ୍ଷକଙ୍କୁ ବର୍ଷକୁ ମିଳିବ ୧୫ ଦିନର ସାମୟିକ ଛୁଟି ।

ସେହିପରି ମହିଳା କର୍ମଚାରୀଙ୍କୁ ମିଳିବ ୧୮୦ ଦିନର ସବୈତନିକ ମାତୃତ୍ୱ ଛୁଟି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ଘୋଷଣା କରିଛନ୍ତି। ଏହାଦ୍ୱାରା ୩୩ ହଜାର ୪୨୦ ଶିକ୍ଷକ ଓ ଅଣଶିକ୍ଷକ ଉପକୃତ ହେବେ ।

Naveen patnaik

ସେହିପରି ସରକାରଙ୍କ ଏହି ପ୍ରୟାସର ଅନ୍ତର୍ଭୁକ୍ତ ହୋଇପାରିବେ ରାଜ୍ୟର ୨,୫୬୦ ଉଚ୍ଚ ବିଦ୍ୟାଳୟ କର୍ମଚାରୀ ଏବଂ ୯୪୦ ଜଣ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ । ଏହାସହିତ ୩୯ ସଂସ୍କୃତ ଟୋଲ୍ ଏବଂ ୧୩୮ ମଦ୍ରାସାରେ କାର୍ଯ୍ୟରତ କର୍ମଚାରୀ ସରକାରଙ୍କ ଏହି ପଦକ୍ଷେପରେ ବିଶେଷ ଭାବରେ ଉପକୃତ ହୋଇପାରିବେ ।

ସୂଚନାଯୋଗ୍ୟ, ରାଜ୍ୟର ସମସ୍ତ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ କର୍ମଚାରୀଙ୍କ ପାଇଁ ଏକ ବଡ଼ ଗୋଷଣା କରିଛନ୍ତି ରାଜ୍ୟ ସରକାର । ଏହି କର୍ମଚାରୀଙ୍କୁ ବାର୍ଷିକ ୧୫ ଦିନର ସାମୟିକ ଛୁଟିକୁ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହାବ୍ୟତୀତ ମହିଳାମାନଙ୍କୁ ପ୍ରସୂତୀ ପାଇଁ ମଧ୍ୟ ଛୁଟି ମିଳିବା ନେଇ ନିଷ୍ପତ୍ତି ନିଆଯାଇଛି । ତେବେ ଏହି ଛୁଟି ପାଇଁ ସେମାନଙ୍କ ଦରମାରେ କାଟ୍ କରାଯିବ ନାହିଁ । ମହିଳାମାନଙ୍କୁ ସବୈତନିକ ପ୍ରସୂତିକାଳୀନ ଛୁଟି ମିଳିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+