ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ : ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
Nuakhai 2022: Naveen Pattanaik Wishes All Western Odisha People For Nuakhai Festival ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ : ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର:ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ଚଳଚଞ୍ଚଳ ସମଗ୍ର ପଶ୍ଚିମ ଓଡ଼ିଶା । କଳାହାଣ୍ତି ଠୁ ଆରମ୍ଭ କରି କୋରାପୁଟ ଯାକେ ସବୁଠି ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରାଯାଉଛି ନୂଆଁଖାଇ । ମାନ ଅଭିମାନକୁ ଭୁଲି ସ୍ନେହ ଶ୍ରଦ୍ଧାରେ ଆଜି ସମସ୍ତେ ଏକତ୍ରିତ ହୋଇ ନୂଆ ଖାଇବା ସହ ଏହି ପର୍ବକୁ ପାଳନ କରୁଛନ୍ତି । ମାଆ ସମଲେଶ୍ବରୀଙ୍କଠାରେ ନବାନ୍ନ ଭୋଗ ଲାଗି ହେବା ପରେ । ପାଟଣାଗଡ଼ରେ ମାଆ ପାଟଣେଶ୍ବରୀ, ବଲାଙ୍ଗୀର, ବରଗଡ଼, ସୁନ୍ଦରଗଡ଼, ସାରଂଗଡ଼ରେ ମାଆ ସମଲେଶ୍ବରୀ, ସୋନପୁରରେ ମାଆ ସୁରେଶ୍ବରୀଙ୍କ ଠାରେ ନିର୍ଧାରିତ ଲଗ୍ନ ଅନୁଯାୟୀ ନୂଆ ଚାଉଳରେ ପ୍ରସ୍ତୁତ ଭୋଗ ଲାଗି କରାଯାଇଛି । ସମସ୍ତ ସହର ଓ ଗାଁରେ ସେଠାକାର ଅଧିଷ୍ଠିତ ଦେବାଦେବୀଙ୍କୁ ପ୍ରଥମେ ନବାନ୍ନ ଭୋଗ ଲାଗି କରାଯିବା ପରେ ପ୍ରତ୍ୟକ ପରିବାରରେ ନିଜ ନିଜ ଇଷ୍ଟ ଦେବାଦେବୀଙ୍କୁ ନୂଆ ଭୋଗ ଲଗାଇବେ । ସେପଟେ ଚାଷୀମାନେ ମଧ୍ୟ କ୍ଷେତକୁ ଯାଇ ପୂଜା କରିବାର ପପମ୍ପରା ରହିଛି । ଏହାପରେ ପରିବାରର ସବୁ ସଦସ୍ୟ ଏକାଠି ବସି ନୂଆଁ ଅନ୍ନ ଖାଇବାର ପରମ୍ପରା ରହିଛି।

ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ପର୍ବ 'ନୂଆଁଖାଇ' ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଭିଡିଓ ବାର୍ତ୍ତା ଜରିଆରେ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ସମସ୍ତଙ୍କୁ ମୋର ନୂଆଁଖାଇର ଜୁହାର। ମା' ସମଲେଶ୍ବରୀ ସମସ୍ତଙ୍କୁ ଭଲରେ ରଖନ୍ତୁ ।

ଆପଣମାନଙ୍କୁ ସମସ୍ତଙ୍କୁ ମୋର ନୂଆଁଖାଇର ଜୁହାର। ମା' ସମଲେଶ୍ବରୀ ସମସ୍ତଙ୍କୁ ଭଲରେ ରଖନ୍ତୁ। #ନୂଆଁଖାଇଜୁହାର 🙏 pic.twitter.com/YJHaAP2UNt
— Naveen Patnaik (@Naveen_Odisha) September 1, 2022
ସେପଟେ ମା'ଙ୍କ ମନ୍ଦିରରେ ଗୁପ୍ତ ପୂଜା କରାଯିବା ସହ ନବାନ୍ନ ଲାଗି ହୋଇଛି । ଏହାପରେ ଘରେ ଥିବା ଇଷ୍ଟ ଦେବୀଙ୍କ ନିକଟରେ ଲାଗିହେବ ନବାନ୍ନ । ଏହାପରେ ଏକାଠି ହୋଇ ପରିବାର ଲୋକେ ନବାନ୍ନ ଖାଇବେ । ଏହା ପରେ ହେବ ଜୁହାର ଭେଟର କାର୍ଯ୍ୟକ୍ରମ ।ଗୁରୁଜନଙ୍କଠାରୁ ଆଶୀର୍ବାଦ ନେବେ । ପୂଜକଙ୍କ ପରିବାରରେ ପିଠାପଣା ଠାରୁ ଆରମ୍ଭ କରି ନବାନ୍ନ ପ୍ରସ୍ତୁତ ହୋଇଛି । ଘରେ ଘରେ ଲାଗିଛି ଗହଳି ଚହଳି ।












Click it and Unblock the Notifications