ବିରୋଧୀଙ୍କ ଉପରେ ବର୍ଷିଲେ ନବୀନ, କହିଲେ ନିର୍ବାଚନ ଆସିଲେ ଓଡ଼ିଶା ଆସନ୍ତି ଟୁରିଷ୍ଟ
ପୁଣି ବିରୋଧୀଙ୍କ ଉପରେ ବର୍ଷିଲେ ନବୀନ । କହିଲେ ନିର୍ବାଚନ ଆସିଲେ ଓଡ଼ିଶା କଥା ମନେ ପଡେ । କେନ୍ଦ୍ରୀୟ ଭାଜପା ନେତାଙ୍କୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କଡ଼ା ସମାଲୋଚନା କରିଛନ୍ତି। ଭାଜପାର କେନ୍ଦ୍ରୀୟ ନେତାଙ୍କୁ ପଲିଟିକାଲ ଟୁରିଷ୍ଟ ବା ରାଜନୈତିକ ପର୍ଯ୍ୟଟକ କହି ନବୀନ ଆକ୍ଷେପ କରିଛନ୍ତି। ଜାତୀୟ ନ୍ୟୁଜ ସରବରାହ ସଂସ୍ଥା 'ପିଟିଆଇ'କୁ ନବୀନ ସାକ୍ଷାତାକାର ଦେଇ ଏଭଳି ମନ୍ତବ୍ୟ ଦେଇଛନ୍ତି।

ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି କେନ୍ଦ୍ର ମନ୍ତ୍ରୀ ଏବଂ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଓଡ଼ିଶା ଆସି ନିର୍ବାଚନ ପ୍ରଚାର ଜାରି ରଖିଥିବା ବେଳେ ଓଡ଼ିଶାରେ ବିଜେଡି ଏବଂ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରୁଛନ୍ତି। ଏହାର କଡ଼ା ଜବାବ ଦେଇଛନ୍ତି ନବୀନ। ସାକ୍ଷାତାକାରରେ ସେ କହିଛନ୍ତି, ନିର୍ବାଚନ ବେଳେ ଓଡ଼ିଶାକୁ ପଲିଟିକାଲ ଟୁରିଷ୍ଟ ଆସନ୍ତି।
କିଛି ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ କେବଳ ନିର୍ବାଚନ ସମୟରେ ପଲିଟିକାଲ ଟୁରିଷ୍ଟ ଭଳି ଓଡ଼ିଶା ଆସନ୍ତି, ପରେ ସେମାନେ ଦେଖାଯାଆନ୍ତି ନାହିଁ। ଓଡ଼ିଶାବାସୀଙ୍କ ଉପରେ ଭାଜପାର କେନ୍ଦ୍ରୀୟ ନେତାଙ୍କ ବକ୍ତବ୍ୟର କୌଣସି ପ୍ରଭାବ ପଡ଼ିବ ନାହିଁ। ଦୁର୍ଭାଗ୍ୟର ବିଷୟ ଏହି ନେତାମାନଙ୍କ ମଧ୍ୟରୁ ଅଧିକାଂଶ ଆଶାଳୀନ ଭାଷା ପ୍ରୟୋଗ କରୁଛନ୍ତି। ଯାହାକି ଦୁର୍ଭାଗ୍ୟଜନକ। କିନ୍ତୁ ଏଥି












Click it and Unblock the Notifications