ପୁଣି ଥରେ ଭିଡିଓ ଜାରି କରି ବିରୋଧୀଙ୍କୁ କଡା ଜବାବ ଦେଲେ ନବୀନ
ପୁଣି ବିରୋଧୀଙ୍କୁ କଡା ଜବାବ ଦେଲେ ନବୀନ। ମୁଖ୍ୟମନ୍ତ୍ରୀଙ୍କ ହାତକୁ ପାଣ୍ଡିଆନ ଟାଣିନେବା ଭିଡିଓ ଭାଇରାଲ ହେବା ପରେ ସରଗରମ ହୋଇଛି ରାଜ୍ୟ ରାଜନୀତି। ଆସାମ ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶା ପାଇଁ ଭାଜପାର ଷ୍ଟାର ପ୍ରଚାରକ ହିମନ୍ତ ବିଶ୍ୱ ଶର୍ମା ନିଜ 'ଏକ୍ସ' ଆକାଉଣ୍ଟରେ ନବୀନ ଏବଂ ପାଣ୍ଡିଆନଙ୍କ ଏକ ଭିଡିଓ ଶେୟାର କରିଛନ୍ତି।
ଭିଡିଓ ଜାରି କରି ହିମନ୍ତ କହିଛନ୍ତି, ଏହା ଅତ୍ୟନ୍ତ ଦୁଃଖଦାୟକ ଭିଡିଓ। ଏଥିରେ ଭି.କେ. ପାଣ୍ଡିଆନ ନବୀନ ବାବୁଙ୍କ ହାତ ଥରିବାକୁ ନିୟନ୍ତ୍ରଣ କରୁଛନ୍ତି। ତାମିଲନାଡ଼ୁର ଜଣେ ଅବସରପ୍ରାପ୍ତ ପୂର୍ବତନ ଅମଲାତନ୍ତ୍ରୀ ବର୍ତ୍ତମାନ ଓଡ଼ିଶାର ଭବିଷ୍ୟତ ଉପରେ କିଭଳି ନିୟନ୍ତ୍ରଣ କରୁଛନ୍ତି, ତାହା କଳ୍ପନା କରି ମୁଁ ହତଚକିତ ହୋଇଯାଉଛି। ତେବେ ଭାଜପା ରାଜ୍ୟବାସୀଙ୍କ ହାତରେ ପୁଣିଥରେ ଓଡ଼ିଶାର ଶାସନ ଭାର ଧରାଇ ଦେବାକୁ ବଦ୍ଧ ପରିକର ବୋଲି ସେ କହିଛନ୍ତି।

ଯାହାକୁ ନେଇ ଭିଡିଓ ଜାରି କରି ଶାଣିତ ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି, ମୋ ହାତ ସଂପର୍କରେ ଭାଜପା ଜାଣିଶୁଣି ଅଯଥା ପ୍ରସଙ୍ଗ କରୁଛି। ଭାଜପାର ଏହି ପ୍ରସଙ୍ଗ କିଛି କାମ ଦେବନି ବୋଲି ରୋକଠୋକ ଶୁଣାଇଛନ୍ତି ମୁଖ୍ୟମନ୍ତ୍ରୀ।












Click it and Unblock the Notifications