ସମ୍ବଲପୁରୀ ଭାଷାରେ ବବିଙ୍କୁ ଭୋଟଦେବକୁ ଅପିଲ କଲେ ନବୀନ

ବବିଙ୍କ ପାଇଁ ଭୋଟ ମାଗିଲେ ନବୀନ । ରାଜ୍ୟରେ ତୃତୀୟ ପର୍ଯ୍ୟୟ ମତାଦାନକୁ ଆଉ ଖୁବ କମ୍‌ ଦିନ ବାକି ରହିଛି। ୨୫ ତାରିଖରେ ହେବାକୁ ଥିବା ଏହି ନିର୍ବାଚନରେ ଢେଙ୍କାନାଳ, କେନ୍ଦୁଝର, କଟକ, ପୁରୀ, ଭୁବନେଶ୍ବର ଓ ସମ୍ବଲପୁର ସମେତ ୬ ଲୋକ ସଭା ଆସନରେ ମତଦାନ ହେବ। ଏସବୁ ମଧ୍ୟରେ ସମସ୍ତ ଦଳ ପକ୍ଷରୁ ନିର୍ବାଚନ ପ୍ରଚାରକୁ ଜୋରଦାର କରାଯାଉଛି।

naveen patnaik

ସମ୍ବଲପୁର ଲୋକ ସଭା ଆସନରେ ବିଜେଡି ଏମ୍‌ପି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କୁ ଭୋଟ ଦେବାକୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିବେଦନ କରିଛନ୍ତି। ସମ୍ବଲପୁରୀ ଭାଷାରେ ସମ୍ବଲପୁର ଲୋକଙ୍କ ପାଇଁ ଏକ ଭିଡିଓ ବାର୍ତ୍ତା ଜାରି କରି ନବୀନ ପଟ୍ଟନାୟକ ବହୁ ସଂଖ୍ୟାରେ ଭୋଟ ଦେବାକୁ ଅନୁରୋଧ କରିଛନ୍ତି।

ବିଜେଡି ସୁପ୍ରିମୋ କହିଛନ୍ତି 'ମା' ସମଲାଇ ମନ୍ଦିର ରୂପାନ୍ତରୀକରଣରେ ବବି ବାବୁଙ୍କର ଅବଦାନ ରହିଛି। ଏବେ ତାଙ୍କୁ ମା' ସମଲେଇ ସେହି ଅଞ୍ଚଳର ସେବା କରିବା ଲାଗି ସୁଯୋଗ ଦେଇଛନ୍ତି। ସେ ଆପଣଙ୍କ ସହ ସବୁବେଳେ ରହିବେ। ସମ୍ବଲପୁରର ଉନ୍ନତି କରିବେ। ଏଣୁ ଆପଣମାନେ ପ୍ରଣବ ପ୍ରକାଶ ଦାସଙ୍କୁ ଆଶୀର୍ବାଦ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+