କାଳିଆ ହିତାଧିକାରୀଙ୍କୁ ଉପହାର ଦେଲେ ନବୀନ ,ପିଲାଙ୍କୁ ମିଳିବ ଛାତ୍ରବୃତ୍ତି

ଭୁବନେଶ୍ବର: କାଳିଆ ଛାତ୍ରବୃତ୍ତିକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ । ସଂଶୋଧିତ ମାର୍ଗଦର୍ଶିକା ଜାରି କଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ । କାଳିଆ ଯୋଜନା ହିତାଧିକାରୀଙ୍କ ପିଲାଙ୍କୁ ମଳିବ ଛାତ୍ରବୃତ୍ତି । ପିଜି ପାଇଁ ସର୍ବାଧିକ ୨ବର୍ଷ ଓ ପିଏଚଡି ପାଇଁ ସର୍ବାଧିକ ୪ବର୍ଷ ବୃତ୍ତି । ITI ଟ୍ରେଡର ଛାତ୍ରଛାତ୍ରୀ ମଧ୍ୟ ବୃତ୍ତି ପାଇବେ ।

kalia

ପୂର୍ବରୁ ସରକାରୀ ଶିକ୍ଷାନୁଷ୍ଠାନର ବୃତ୍ତିଗତ କିମ୍ବା ବୈଷୟିକ ଶିକ୍ଷାରେ ଗ୍ରାଜୁଏସନ୍ ପାଠ୍ୟକ୍ରମ, ଏମ୍ବିବିଏସ୍, ବିଡ଼ିଏସ୍, ବିଏଚ୍ଏମ୍ଏସ୍, ବି. ଫାର୍ମା ଭଳି ପାଠ୍ୟକ୍ରମ ରହିଥିଲା । ଏହାକୁ ବର୍ତ୍ତମାନ ପରିବର୍ଦ୍ଧିତ କରାଯାଇ ବିବିଏ ଓ ବିସିଏ ପାଠ୍ୟକ୍ରମ ସାମିଲ କରାଯାଇଛି । ରାଜ୍ୟର ଘରୋଇ ଶିକ୍ଷାନୁଷ୍ଠାନରେ ତତୁଲ୍ୟ ପାଠ୍ୟକ୍ରମ କାଳିଆ ଛାତ୍ରବୃତ୍ତିରେ ସାମିଲ କରାଯାଇଛି।

ସେହିପରି ବୃତ୍ତିଗତ କିମ୍ବା ବୈଷୟିକ ପାଠ୍ୟକ୍ରମ ଯେପରି ଏମ୍.ଟେକ୍, ଏମ୍ଏସ୍ ଏଗ୍ରି, ଏମ୍ଏସ୍ସି ଫରେଷ୍ଟ୍ରି, ମେଡ଼ିକାଲ ସାଇନ୍ସରେ ପିଜି, ଏମ୍ବିଏ, ଏମ୍ସିଏ, ଏମ୍.ଫାର୍ମ ଏବଂ ତତୁଲ୍ୟ ମାଷ୍ଟର ପ୍ରୋଗ୍ରାମ ପାଠ୍ୟକ୍ରମକୁ ଛାତ୍ରବୃତ୍ତିରେ ଅନ୍ତର୍ଭୁକ୍ତ କରାଯାଇଛି। ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ସର୍ବାଧିକ ଦୁଇବର୍ଷ ଏବଂ ପିଏଚଡି କୋର୍ସ ପାଇଁ ୪ ବର୍ଷ ପାଇଁ ବୃତ୍ତି ଦିଆଯିବ। ପି.ଏଚ୍.ଡ଼ି ପାଠ୍ୟକ୍ରମଟି ତାଲିକାଭୁକ୍ତ ହୋଇଥିବା ପିଜି ପାଠ୍ୟକ୍ରମ ସଂପୃକ୍ତ ହୋଇଥିବା ଆବଶ୍ୟକ । ଏହା କେବଳ ରାଜ୍ୟ ଭିତରର ସରକାରୀ ଶିକ୍ଷାନୁଷ୍ଠାନ କ୍ଷେତ୍ର ପାଇଁ ଲାଗୁ ହେବ। ସେହିପରି ଡିପ୍ଲୋମା ପାଠ୍ୟକ୍ରମର ଛାତ୍ରଛାତ୍ରୀ ମାନେ ମଧ୍ୟ କାଳିଆ ଛାତ୍ରବୃତ୍ତି ପାଇବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+