ଜାତୀୟ ଶିକ୍ଷା ନୀତି ସମ୍ବନ୍ଧିତ ରାଷ୍ଟ୍ରୀୟ କର୍ମଶାଳା ଉଦଘାଟିତ; ଛାତ୍ରଛାତ୍ରୀଙ୍କ ବିକାଶ ପାଇଁ ଏହା ଗୁରୁତ୍ଵପୂର୍ଣ୍ଣ

ଲୋକସେବା ଭବନ ଠାରେ ଆୟୋଜିତ ଜାତୀୟ ଶିକ୍ଷା ନୀତି-୨୦୨୦ ପ୍ରଣୟନ ସମ୍ବନ୍ଧିତ ରାଷ୍ଟ୍ରୀୟ କର୍ମଶାଳାର ଉଦଘାଟନ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ସେ କହିଛନ୍ତି ଯେ, ଦେଶର ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶକୁ ସୁନିଶ୍ଚିତ କରିବା କ୍ଷେତ୍ରରେ ଜାତୀୟ ଶିକ୍ଷା ନୀତିର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ। ଉଭୟ କେନ୍ଦ୍ର ଏବଂ ରାଜ୍ଯର ସହଯୋଗରେ ଆୟୋଜିତ ଏହି ତିନି ଦିନିଆ କର୍ମଶାଳା ରାଜ୍ଯରେ ଜାତୀୟ ଶିକ୍ଷା ନୀତି କାର୍ଯ୍ୟକାରୀ କରିବାରେ ବିଶେଷ ଗୁରୁତ୍ଵ ବହନ କରୁଛି।

ଦେଶର ନୀତି, ପରମ୍ପରା ଏବଂ ମୂଲ୍ୟବୋଧ ଉପରେ ଆଧାରିତ ଏହି ଶିକ୍ଷା ବ୍ୟବସ୍ଥା ରାଷ୍ଟ୍ରୀୟ ବିଚାର ଧାରାକୁ ମନ୍ତ୍ର କରି ସୃଜନଶୀଳତା ବିକାଶରେ ସହାୟକ ହେବ। ଦେଶର ଦ୍ରୁତ ବିକାଶର ଆବଶ୍ୟକତା ପୂରଣ କରିବା ସହ ଭବିଷ୍ୟତ ଆଧାରିତ ଶିକ୍ଷାକୁ ପ୍ରୋତ୍ସାହିତ କରିବ। ଯଦ୍ୱାରା ଛାତ୍ରଛାତ୍ରୀମାନଙ୍କ ପାଇଁ ସମାନ ଗୁଣାତ୍ମକ ଶିକ୍ଷା ପ୍ରଦାନ ସୁନିଶ୍ଚିତ କରିବ ଏବଂ ଏହାଦ୍ବାରା ଓଡ଼ିଶା ତଥା ଭାରତ ଋଦ୍ଧିମନ୍ତ ହେବ।

ରାଜ୍ଯର ଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଦ ଏବଂ ସଶକ୍ତ କରିବା ପାଇଁ ଆମ ସରକାର ପ୍ରତିବଦ୍ଧ। ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି ଲାଗୁ ହେବାରେ ବିଳମ୍ବ ହୋଇଛି ମାତ୍ର ଆମ ସରକାର ଆସିବା ପରେ ଆମେ ତତକ୍ଷଣାତ୍ ଏହାକୁ ଲାଗୁ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛୁ। ଯାହାକି ଏକବିଂଶ ଶତାବ୍ଦୀର ଆବଶ୍ୟକତାକୁ ଆଧାର କରି ରାଜ୍ଯର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରି ସଶକ୍ତ ବିଦ୍ୟାର୍ଥୀ ଗଠନ କରିବାରେ ବିଶେଷ ସହାୟକ ହେବ।

mohan majhi

ସେହିପରି ରାଜ୍ଯରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ଗୁଣାତ୍ମକ ମାନ ବୃଦ୍ଧି ସହ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ସୁନିଶ୍ଚିତ କରିବା ନିମନ୍ତେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜ୍ଯରେ ଡ୍ରପ ଆଉଟ ହାର ହ୍ରାସ କରିବା ନିମନ୍ତେ ଆମ ସରକାର ସ୍ଵତନ୍ତ୍ର ଯୋଜନା 'ମାଧୋ ସିଂ ହାତଖର୍ଚ୍ଚ ଯୋଜନା' ଜରିଆରେ ୫,୦୦୦ ଟଙ୍କା ଯୋଗାଇଦେଉଛନ୍ତି। ଯୋଜନା ଅଧୀନରେ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୬୦ ହଜାର ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଇଛି।

ରାଜ୍ଯର ଶିକ୍ଷା କ୍ଷେତ୍ର ପାଇଁ ଦକ୍ଷ ମାନବ ସମ୍ବଳ, ଆର୍ଥିକ ସହାୟତା, ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ କରିବା ସହ ଆବଶ୍ୟକୀୟ ସମସ୍ତ ସୁବିଧା ସହଯୋଗ ଯୋଗାଇ ଦେବା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ। ଯାହାକି ରାଜ୍ଯର ଭବିଷ୍ୟତ ସହ ଦେଶର ଭବିଷ୍ୟତକୁ ସୁଦୃଢ କରିବାରେ ନିଶ୍ଚୟ ସହାୟକ ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+