ରାଜ୍ୟରେ ଶିଶୁ ଅପପୁଷ୍ଟି ଓ ଗେଡାପଣ ଦୂର କରିବା ପାଇଁ ପୃଷ୍ଠଭୂମି ପ୍ରସ୍ତୁତ ଅଛି: ମୁଖ୍ୟ ଶାସନ ସଚିବ

: ଓଡ଼ିଶାରେ ଶିଶୁ ଅପପୁଷ୍ଟି ଓ ଗେଡାପଣ କମାଯାଇ ପାରିବ ଏବଂ ଏଥିପାଇଁ ପୂର୍ଣ୍ଣ କ୍ଷେତ୍ର ପ୍ରସ୍ତୁତ କରାଯାଉଛି ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ।

ଭୁବନେଶ୍ୱର: ଓଡ଼ିଶାରେ ଶିଶୁ ଅପପୁଷ୍ଟି ଓ ଗେଡାପଣ କମାଯାଇ ପାରିବ ଏବଂ ଏଥିପାଇଁ ପୂର୍ଣ୍ଣ କ୍ଷେତ୍ର ପ୍ରସ୍ତୁତ କରାଯାଉଛି ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି । ଆଜି ହୋଟେଲ ମେ ଫେୟାରଠାରେ ଅନୁଷ୍ଠିତ ଭାରତରେ ଶିଶୁ ଅପପୁଷ୍ଟି ଓ ଗେଡାପଣ ନିରାକରଣ ଶୀର୍ଷକ ଜାତୀୟ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସେ ଏହା କହିଛନ୍ତି ।

Bhubaneswar

ସେ ଆହୁରି ମଧ୍ୟ କହିଥିଲେ ଯେ, ପୃଷ୍ଟି-ବଜେଟ୍ ପ୍ରସ୍ତୁତିରେ ଓଡ଼ିଶା ପ୍ରଥମ ରାଜ୍ୟ । ବର୍ତ୍ତମାନ ରାଜ୍ୟ ସରକାର ସ୍ୱାସ୍ଥ୍ୟ, ଶିକ୍ଷା, ପୁଷ୍ଟିଯୋଗାଣ ଏବଂ ପରିମଳ ଭଳି ସାମାଜିକ କ୍ଷେତ୍ର ଗୁଡିକରେ ବିପୁଳ ପୁଞ୍ଜି ବିନିଯୋଗ କରୁଛନ୍ତି । ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମରେ ରାଜ୍ୟର ପ୍ରାୟ ୯୬.୫ ଲକ୍ଷ ପରିବାର ସାମିଲ ହେବା, ପ୍ରାୟ ୭୫ ହଜାର ଅଙ୍ଗନଓ୍ୱାଡି କେନ୍ଦ୍ର ମାଧ୍ୟମରେ ଅତିରିକ୍ତ ପୁଷ୍ଟି ଯୋଗାଣ କାର୍ଯ୍ୟକ୍ରମ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଟେକହୋମ୍ ରାସନ କାର୍ଯ୍ୟକ୍ରମ, ୫୫ ହଜାର ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ, ସହରାଞ୍ଚଳରେ ଆହାର କେନ୍ଦ୍ର ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଭିଟାମିନ୍ ଯୁକ୍ତ ଚାଉଳ ଓ ମାଣ୍ଡିଆ ଯୋଗାଣ ଆଦି କାର୍ଯ୍ୟକ୍ରମ ଓଡ଼ିଶାରେ ଜାରି ରହିଛି । ଅଙ୍ଗନଓ୍ୱାଡି କେନ୍ଦ୍ର ମାନଙ୍କରେ ଶିଶୁମାନଙ୍କ ଅପପୁଷ୍ଟି ଓ ଗେଡାପଣ ସଂକ୍ରାନ୍ତୀୟ ନୁର୍ଭୁଲ ତଥ୍ୟ ମଧ୍ୟ ସଂଗ୍ରହ କରାଯାଉଛି । ଏହି ପୃଷ୍ଠ ଭୂମିରେ ଓଡ଼ିଶା ଅପପୃଷ୍ଟି ଓ ଗେଡାପଣ ନିୟନ୍ତ୍ରଣ ନିମନ୍ତେ ଏକ ଲକ୍ଷ୍ୟଭେଦୀ ଅଭିଯାନ ପାଇଁ ପ୍ରସ୍ତୁତ ହେଉଛି ।

ଏହି ଆଲୋଚନା ଚକ୍ରରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମହିଳା ଓ ଶିଶୁ ବିକାଶ ଶାସନ ସଚିବ ଶୁଭା ଶର୍ମା, ୟୁନିସେଫ୍ ନିୟୁଟ୍ରିସନ ମୁଖ୍ୟ ଆରଜନ ଡ଼ି ଓ୍ୱାଗ୍, ନିୟୁଟ୍ରିସନ ବିଶେଷଜ୍ଞ ପ୍ରଫେସର ରେଡ୍ଡୀ, ଓଡ଼ିଶା ରାଜ୍ୟ ଖାଦ୍ୟ ସୁରକ୍ଷା କମିଶନ ଅଧ୍ୟକ୍ଷ ପ୍ରମୋଦ କୁମାର ମେର୍କପ ପ୍ରମୁଖ ଶିଶୁ ଅପପୁଷ୍ଟି ଓ ଗେଡାପଣ ସଂପର୍କିତ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ।

ଏହି ଅବସରରେ ମୁଖ୍ୟ ଶାସନ ସଚିବ "କୋଭିଡ-୧୯ ଏବଂ ଓଡ଼ିଶାରେ ପୁଷ୍ଟି ଯୋଗାଣ" ସଂପର୍କିତ ଏକ ଅଧ୍ୟୟନ ରିପୋଟ ଉନ୍ମୋଚନ କରିଥିଲେ । ଏହି ଆଲୋଚନା ଚକ୍ର ଓଡ଼ିଶା ସରକାର, ବିଶ୍ୱବ୍ୟାଙ୍କ୍, ୟୁନିସେଫ୍ ଏବଂ ଆନ୍ତର୍ଜାତିକ ଖାଦ୍ୟନୀତି ଗବେଷଣା ସଂସ୍ଥାଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+