Get Updates
Get notified of breaking news, exclusive insights, and must-see stories!

ଜାତୀୟ କ୍ରୀଡା ଦିବସ: ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ

ଜାତୀୟ କ୍ରୀଡା ଦିବସରେ ଆଜି ପ୍ରଦାନ କରାଯିବ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରସ୍କାର ପ୍ରଦାନ କରିବେ ।

ଭୁବନେଶ୍ୱର: ଜାତୀୟ କ୍ରୀଡା ଦିବସରେ ଆଜି ପ୍ରଦାନ କରାଯିବ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରସ୍କାର ପ୍ରଦାନ କରିବେ । ପୂର୍ବତନ କ୍ରିକେଟର ଦେବାଶିଷ ମହାନ୍ତିଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ପୁରସ୍କାର ଦିଆଯିବ।

Biju Patnaik Sports Award

ସେହିପରି କ୍ରୀଡାରେ ଉତ୍ତମ ପ୍ରଦର୍ଶନ ପାଇଁ ଝିଲ୍ଲୀ ଦଳବେହେରା ଓ ଶ୍ରେଷ୍ଠ କୋଚିଂ ପାଇଁ ବିଷ୍ଣୁ ପ୍ରସାଦ ମିଶ୍ରଙ୍କୁ ପୁରସ୍କାର ଦିଆଯିବ । କ୍ରୀଡା ସାମ୍ବାଦିକତା ପାଇଁ ବେଣୁଧର ଦାସଙ୍କୁ ପୁରସ୍କାର ଦିଆଯିବାକୁ ଥିବାବେଳେ କ୍ରୀଡାକୁ ପ୍ରୋତ୍ସାହନ ପାଇଁ ରାଉରକେଲା ଷ୍ଟିଲ ପ୍ଲାଣ୍ଟକୁ ପୁରସ୍କାର ଦିଆଯିବ । ତେବେ ପାଞ୍ଚ ବର୍ଷ ପରେ ଜଣେ କ୍ରୀଡ଼ା ସାମ୍ବାଦିକ ଏହି ସମ୍ମାନଜନକ ପୁରସ୍କାର ପାଇବେ ।

୨୦୧୭ ରୁ ୨୦୨୧ ପର୍ଯ୍ୟନ୍ତ କୌଣସି କ୍ରୀଡ଼ା ସାମ୍ବାଦିକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇ ନଥିଲା । ଏହାପୂର୍ବରୁ ୧୯ ଜଣ କ୍ରୀଡ଼ା ସାମ୍ବାଦିକ ଏହି ସମ୍ମାନଜନକ ପୁରସ୍କାର ପାଇସାରିଛନ୍ତି । ଆଜି କ୍ରୀଡା ଦିବସ ପାଳିତ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସମ୍ମାନ ପ୍ରଦାନ କରିବେ । ରାଜ୍ୟରେ କ୍ରୀଡ଼ାକୁ ପ୍ରତ୍ସାହନ ଦେବା ପାଇଁ ରାଜ୍ୟ ସରକାର ଏହି ପୁରସ୍କାର ଘୋଷଣା କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+