ଆଜି ଜାତୀୟ ପଞ୍ଚାୟତିରାଜ ଦିବସ; ଦୁଇଟି ବର୍ଗରେ ପୁରସ୍କାର ପାଇବ ଓଡ଼ିଶା

ଆସନ୍ତାକାଲି ଅର୍ଥାତ୍‌ ୨୪ ଏପ୍ରିଲରେ ବିହାର ମଧୁବନି ଜିଲ୍ଲାର ଲୋହନା ଉତ୍ତର ଗ୍ରାମ ପଞ୍ଚାୟତ ଠାରେ ଆୟୋଜିତ ହେବାକୁ ଥିବା ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ସ୍ୱତନ୍ତ୍ର ବର୍ଗରେ ଜାତୀୟ ପଞ୍ଚାୟତିରାଜ ପୁରସ୍କାର ୨୦୨୫ ପ୍ରଦାନ କରାଯିବ। ପ୍ରଥମ ଥର ପଞ୍ଚାୟତଗୁଡ଼ିକୁ ଜଳବାୟୁ ପ୍ରଶମନ ପଦକ୍ଷେପ ଏବଂ ନିଜସ୍ୱ ରାଜସ୍ୱ ଉତ୍ସ ଜରିଆରେ ଆତ୍ମନିର୍ଭରଶୀଳତା କ୍ଷେତ୍ରରେ ପ୍ରୟାସ ନିମନ୍ତେ ପଞ୍ଚାୟତିରାଜ ମନ୍ତ୍ରଣାଳୟ ପୁରସ୍କୃତ କରିବ। ଏହାବ୍ୟତୀତ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟର ସ୍ଥାନୀୟକରଣ (ଏଲଏସଡିଜି) ସହିତ ଯୋଡ଼ି ହୋଇ ରହିଥିବା ପଞ୍ଚାୟତଗୁଡ଼ିକର କ୍ଷମତା ନିର୍ମାଣ ପାଇଁ ଶ୍ରେଷ୍ଠ ଅନୁଷ୍ଠାନଗୁଡ଼ିକୁ ମଧ୍ୟ ଏହି ଅବସରରେ ପୁରସ୍କାର ପ୍ରଦାନ କରାଯିବ।

ଓଡ଼ିଶା ଏଥର ଦୁଇଟି ବର୍ଗରେ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛି । ମୟୂରଭଞ୍ଜ ଜିଲ୍ଲାର ହାଟବଦ୍ରା ଗ୍ରାମପଞ୍ଚାୟତ ଆତ୍ମନିଭର ପଞ୍ଚାୟତ ବର୍ଗରେ ଦ୍ୱିତୀୟ ସ୍ଥାନ ହାସଲ କରି ପୁରସ୍କୃତ ହେବାକୁ ଯାଉଛି । ସେହିପରି ଓଡ଼ିଶା ରାଜ୍ୟ ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ ମଧ୍ୟ ଦ୍ୱିତୀୟ ସ୍ଥାନରେ ରହି ପଞ୍ଚାୟତ କ୍ଷମତା ନିର୍ମାଣ ସର୍ବୋତ୍ତମ ସଂସ୍ଥାନ ପୁରସ୍କାର ପାଇବାକୁ ମନୋନିତ ହୋଇଛି ।

Panchayati

ସୂଚନାଯୋଗ୍ୟ, ଜଳବାୟୁ ଉତ୍ତରଦାୟୀ ସ୍ଥାନୀୟ ପ୍ରଶାସନ ଭାବେ କାର୍ଯ୍ୟ କରୁଥିବା ପଞ୍ଚାୟତଗୁଡ଼ିକୁ ଉତ୍ସାହିତ କରିବା ଲାଗି ଏଥର 'ଜଳବାୟୁ କାର୍ଯ୍ୟାନୁଷ୍ଠାନ ସ୍ୱତନ୍ତ୍ର ପଞ୍ଚାୟତ ପୁରସ୍କାର' (କାସପା) ପ୍ରଦାନ କରାଯିବ। ସେହିପରି ପଞ୍ଚାୟତଗୁଡ଼ିକ ଦ୍ୱାରା ନିଜସ୍ୱ ଉତ୍ସ ରାଜସ୍ୱ ବୃଦ୍ଧି ମାଧ୍ୟମରେ ଆତ୍ମନିର୍ଭରଶୀଳତାର ପ୍ରୋତ୍ସାହନ ଲାଗି ଆତ୍ମନିର୍ଭର ପଞ୍ଚାୟତ ସ୍ୱତନ୍ତ୍ର ପୁରସ୍କାର ଦିଆଯିବ। ଏହି ଦୁଇଟି ବର୍ଗ ବ୍ୟତୀତ କ୍ଷମତା ନିର୍ମାଣ ଏବଂ ପଞ୍ଚାୟତିରାଜ ପ୍ରତିନିଧି ଏବଂ କାର୍ଯ୍ୟକର୍ତ୍ତାଙ୍କ ପ୍ରଶିକ୍ଷଣରେ ଉତ୍କର୍ଷତାକୁ ସ୍ୱୀକୃତି ଦେବା ନିମନ୍ତେ ପଞ୍ଚାୟତ କ୍ଷମତା ନିର୍ମାଣ ସର୍ବୋତ୍ତମ ସଂସ୍ଥାନ ପୁରସ୍କାର ଦିଆଯିବ । ୨୦୨୩ରେ ପଞ୍ଚାୟତିରାଜ ମନ୍ତ୍ରଣାଳୟ ଏହି ପୁରସ୍କାରକୁ ସଂସ୍ଥାଗତ ରୂପ ଦେଇଥିଲା ବେଳେ ୨୦୨୪ ପ୍ରଥମ ଥର ପୁରସ୍କାର ଦିଆଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+