ଜାତୀୟ ପଞ୍ଚାୟତିରାଜ ଦିବସ: ନୂଆ ରାସନ କାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ

ଆଜି ସାରା ଦେଶରେ ପାଳନ ହେବ ଜାତୀୟ ପଞ୍ଚାୟତିରାଜ ଦିବସ । ଏହି ଅବସରରେ ରାଜ୍ୟ ସରକାର ନୂଆ ହିତାଧିକାରୀଙ୍କୁ ରାସନ କାର୍ଡ ଏବଂ ସୁଭଦ୍ରା ଟଙ୍କା ବଣ୍ଟନ କରିବେ। ଏଥିପାଇଁ ପୁରୀରେ ଏକ ସ୍ବତନ୍ତ୍ର ସଭାର ଆୟୋଜନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ରାସନ କାର୍ଡ ଓ ସୁଭଦ୍ରା ସହାୟତା ବଣ୍ଟନ କରିବେ।

୧ ଲକ୍ଷ ୭୦ ହଜାର ହିତାଧିକାରୀଙ୍କୁ ୨ଟି କିସ୍ତିର ଟଙ୍କା ଏକକାଳୀନ ପ୍ରଦାନ କରାଯିବ।

CM mohan majh

ସେହିଭଳି ରାସନକାର୍ଡ ପାଇଁ ଦୀର୍ଘଦିନ ଧରି ଅପେକ୍ଷା କରିଥିବା ଆବେଦନକାରୀଙ୍କ ମଧ୍ୟରୁ ୫ଲକ୍ଷ ୯୦ ହଜାର ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି। ଆଜି ପଞ୍ଚାୟତିରାଜ ଦିବସରୁ ନୂଆ ରଙ୍ଗୀନ କାର୍ଡ ବଣ୍ଟନ କରାଯିବ। ଏଥିପାଇଁ ବ୍ଳକ ଓ ପୌରାଞ୍ଚଳରେ ସ୍ବତନ୍ତ୍ର ଉତ୍ସବ ଆୟୋଜନ କରାଯିବ। ପୁରୀରେ ହେବାକୁ ଥିବା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା, ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ, ସାହିତ୍ୟ ଓ ସଂସ୍କୃତି ତଥା କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଅତିଥି ଭାବେ ସାମିଲ ହେବେ।

ସେହିପରି ପଞ୍ଚାୟତିରାଜ ଦିବସ ଅବସରରେ ସମସ୍ତ ପଞ୍ଚାୟତରେ ବସିବ ଗ୍ରାମସଭା। ପ୍ରଧାନମନ୍ତ୍ରୀ ଜାତୀୟ କାର୍ଯ୍ୟକ୍ରମରୁ ଗ୍ରାମସଭାକୁ ସମ୍ବୋଧିତ କରିବେ। ସାଢ଼େ ୧୩ ହଜାର କୋଟିର ଭିତ୍ତିଭୂମି ପ୍ରକଳ୍ପକୁ ଲୋ ଲୋକାର୍ପଣ କରିବେ। ସ୍ବତନ୍ତ୍ର ବର୍ଗରେ ଜାତୀୟ ପଞ୍ଚାୟତିରାଜ ପୁରସ୍କାର ୨୦୨୫ ପ୍ରଦାନ କରାଯିବ। ଓଡ଼ିଶା ଏଥର ଦୁଇଟି ବର୍ଗରେ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+