ଦାନା ପ୍ରଭାବ:ଜାତୀୟ ରାଜପଥରେ ପଡ଼ିଲା ଗଛ, ଠପ୍ ହେଲା ଯାତାୟତ
ଭୁବନେଶ୍ୱର: ସ୍ଥଳଭାଗ ଛୁଇଁଲା ଭୀଷଣ ବାତ୍ୟା 'ଦାନା'। ରାତି ୧୨ଟା ୦୫ରେ କଲା ଲ୍ୟାଣ୍ଡଫଲ୍। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଭିତରକନିକା ଓ ଧାମରା ମଧ୍ୟରେ ଏହା କଲା ଲ୍ୟାଣ୍ଡଫଲ୍। ଆଉ ଏହି ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ସକାଳ ପର୍ଯ୍ୟନ୍ତ ଚାଲିବ। ବାତ୍ୟା ପ୍ରଭାବରେ ଭିତରକନିକା ଅଞ୍ଚଳରେ ପ୍ରବଳ ପବନ ହେଉଛି। ଘଣ୍ଟାପ୍ରତି ଏଠାରେ ୧୦୦ରୁ ୧୨୦ କିମି ବେଗରେ ପବନ ବହୁଛି।
ପବନ ପ୍ରଭାବରେ ଭିତରକନିକାରେ ଜୁଆର ଉଠୁଛି। ପ୍ରାୟ ୧ ମିଟର ଉଚ୍ଚ ପର୍ଯ୍ୟନ୍ତ ଜୁଆର ଉଠି ମାଡ଼ି ଯାଉଛି। ଅନ୍ୟପଟେ ମୟୂରଂଭଜ ଜିଲ୍ଲା ଗୁରୁବାର ରାତିରେ ବୈଶିଙ୍ଗା ଥାନା ଅଧୀନ ୧୮ନଂ ଜାତୀୟ ରାଜପଥର ଯୁଗଳ ଛକ ନିକଟରେ ରାସ୍ତା ପାର୍ଶ୍ୱରେ ଥିବା ଏକାଧିକ ବଡ଼ ବଡ଼ ପଟାସ ଗଛ ସବୁ ରାସ୍ତା ଉପରେ ପଡ଼ିବାରୁ ଯାତାୟତ ଠପ ହୋଇଥିଲା ପରେ ଖବର ପାଇ ବେତନଟୀ ବନବିଭାଗ ଓ ବୈଶିଙ୍ଗା ପୁଲିସ ମିଶି ଯୁଦ୍ଧକାଳୀନ ଭିତ୍ତିରେ ଗଛ କାଟି ସଫା କରିବା ସହିତ ରାସ୍ତାରୁ ଅବରୋଧ ହଟାଇଛନ୍ତି ।

ସୂଚନା ଅନୁଯାଇ ବୈଶିଙ୍ଗାରୁ ବେତନଟୀ ମଧ୍ୟରେ ଜାତୀୟ ରାଜପଥ ପାର୍ଶ୍ୱରେ ଶହଶହ ବିରାଟକାୟ ପଟାସ ଗଛ ସବୁ ଥିବାବେଳେ ବାତ୍ୟା ଦାନା ପ୍ରଭାବରେ ଲଗାଣ ବର୍ଷା ଓ ପବନ କାରଣରୁ ଯୁଗଳ ଛକ ନିକଟରେ ୩ଟି ବିଶାଳ କାୟ ପଟାସ ଗଛ ହଟାତ ଜାତୀୟ ରାଜପଥ ଉପରେ ପଡ଼ିଯାଇଥିଲା । ଯେଉଁ କାରଣରୁ ଯାତାୟତ ଏକ ପ୍ରକାର ଠପ୍ ହୋଇ ଯାଇଥିଲା ।












Click it and Unblock the Notifications