କୃଷ୍ଣା ମହାନ୍ତିଙ୍କୁ ମିଳିବ ରାଷ୍ଟ୍ରୀୟ ଗାନ୍ଧି ପୁରସ୍କାର
ଭୁବନେଶ୍ୱର : ଆସିଲା ବଡ ଖବର କୃଷ୍ଣା ମହାନ୍ତିଙ୍କୁ ମିଳିବ ରାଷ୍ଟ୍ରୀୟ ଗାନ୍ଧି ପୁରସ୍କାର । ଓଡ଼ିଶାର ବିଶିଷ୍ଟ ଗାନ୍ଧୀବାଦୀ ସର୍ବୋଦୟ ନେତ୍ରୀ ତଥା ଉତ୍କଳ ଗାନ୍ଧୀ ସ୍ମାରକ ନିଧିର ସଭାନେତ୍ରୀ ଶ୍ରୀମତି କୃଷ୍ଣା ମହାନ୍ତି ରାଷ୍ଟ୍ରୀୟ ଗାନ୍ଧୀ ପୁରସ୍କାରରେ ସମ୍ମାନିତ ହେବେ। ୨୦୨୩ ବର୍ଷ ପାଇଁ ସେ ଏହି ସମ୍ମାନଜନକ ପୁରସ୍କାର ହେବେ । ଗାନ୍ଧୀ ତଥା ସର୍ବୋଦୟ ବିଚାରର ସର୍ବୋଚ୍ଚ ସଂଗଠନ ସର୍ବ ସେବା ସଂଘ (ଅଖିଳ ଭାରତ ସର୍ବୋଦୟ ମଣ୍ଡଳ) ପକ୍ଷରୁ ରାଜସ୍ଥାନର ଜୟପୁର ଠାରେ ସଂଘର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ସର୍ବ ସମ୍ମତକ୍ରମେ ଶ୍ରୀମତୀ ମହାନ୍ତିଙ୍କୁ ଏହି ସମ୍ମାନ ଦେବା ନିମନ୍ତେ ନିଷ୍ପତ୍ତି କରାହୋଇଛି ।

ଗାନ୍ଧୀ ତଥା ସର୍ବୋଦୟ ବିଚାରର ସର୍ବୋଚ୍ଚ ସଂଗଠନ ସର୍ବ ସେବା ସଂଘ (ଅଖିଳ ଭାରତ ସର୍ବୋଦୟ ମଣ୍ଡଳ) ପକ୍ଷରୁ ରାଜସ୍ଥାନର ଜୟପୁରଠାରେ ସଂଘର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ସର୍ବ ସମ୍ମତକ୍ରମେ ଶ୍ରୀମତି ମହାନ୍ତିଙ୍କୁ ଏହି ସମ୍ମାନ ଦେବା ପାଇଁ ନିମନ୍ତେ ନିଷ୍ପତ୍ତି ହୋଇଛି। କୃଷ୍ଣା ମହାନ୍ତି ହେଉଛନ୍ତି ଓଡ଼ିଶାର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଓ ମାଳତୀ ଦେବୀଙ୍କର କନିଷ୍ଠ କନ୍ୟା ତଥା ମାଆ ରମାଦେବୀ ଓ ପୁଣ୍ୟାତ୍ମା ଗୋପବନ୍ଧୁ ଚୌଧୁରୀଙ୍କ ଝିଆରୀ।












Click it and Unblock the Notifications