ସେବା ପ୍ରୟାସ ଫାଉଣ୍ଡେସନ୍ ପକ୍ଷରୁ 'ନାରୀ ପ୍ରତିଭା ପୂଜା' ସମ୍ମାନ ଅନୁଷ୍ଠିତ
ଅନ୍ତର୍ଜାତୀୟ ମହିଳା ଦିବସ ପୂର୍ବରୁ ଆଜି ସାମାଜିକ ସଂସ୍ଥା ସେବା ପ୍ରୟାସ ଫାଉଣ୍ଡେସନ୍ ପକ୍ଷରୁ କଳ୍ପନା ଛକଠୀରେ ସ୍ଥିତ ଉତ୍କଳ କନିକା ଗାଲେରିଆ ମଲ୍ରେ ଅନୁଷ୍ଠିତ ହୋଇଯାଇଛି ନାରୀ ପ୍ରତିଭା ପୂଜା ସମ୍ମାନ ପ୍ରଦାନ ସମାରୋହ।
ଭୁବନେଶ୍ୱର: ଅନ୍ତର୍ଜାତୀୟ ମହିଳା ଦିବସ ପୂର୍ବରୁ ଆଜି ସାମାଜିକ ସଂସ୍ଥା ସେବା ପ୍ରୟାସ ଫାଉଣ୍ଡେସନ୍ ପକ୍ଷରୁ କଳ୍ପନା ଛକଠୀରେ ସ୍ଥିତ ଉତ୍କଳ କନିକା ଗାଲେରିଆ ମଲ୍ରେ ଅନୁଷ୍ଠିତ ହୋଇଯାଇଛି ନାରୀ ପ୍ରତିଭା ପୂଜା ସମ୍ମାନ ପ୍ରଦାନ ସମାରୋହ। ଏହି ଅବସରରେ ୮ ଜଣଙ୍କୁ କଳିଙ୍ଗ ବୀରାଙ୍ଗନା ସମ୍ମାନ ୨୦୨୧ ପ୍ରଦାନ କରାଯାଇଛି। ସୁଶ୍ରୀ ଅନୁପମା ପଣ୍ଡାଙ୍କୁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି। ସମ୍ପ୍ରତି ଅନୁପମା କଟକ ବଡ଼ମେଡିକାଲରେ ସହାୟ ସଂସ୍ଥା ପାଇଁ ସ୍ୱେଚ୍ଛାସେବୀ ଭାବେ କାର୍ଯ୍ୟ କରୁଛନ୍ତି ଏବଂ ସଂଯୋଜକ ଦାୟିତ୍ୱ ସମ୍ଭାଳୁଛନ୍ତି। ଏହା ପୂର୍ବରୁ ସେ ଦୃଷ୍ଟିଦାନ ଓ SOS Childrens Village of India ରେ ଦୀର୍ଘ ବର୍ଷ କାର୍ଯ୍ୟକରି ବେଶ୍ ପ୍ରଶଂସିତ ହୋଇଛନ୍ତି।

ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲରେ ଦୀର୍ଘବର୍ଷ କାର୍ଯ୍ୟ କରିବା ପରେ କଟକରେ ନିରବଚ୍ଛିନ୍ନ ଭାବେ ସେବା କାର୍ଯ୍ୟ ପାଇଁ ସମର୍ପିତା ଅନନ୍ୟା ଅନୁପମା କରୋନା କାଳରେ ମଧ୍ୟ ନିଜ ସେବା କାର୍ଯ୍ୟରୁ ଓହରି ନଥିଲେ। ଏପରିକି ସେ ନିଜେ କରୋନା ଆକ୍ରାନ୍ତ ହୋଇ ଲଢେଇ କରିଥିଲେ।












Click it and Unblock the Notifications