Narendra Modi: ଆସନ୍ତା ୨୭ରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି
ଆସନ୍ତା ୨୭ରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେବା ପକ୍ଷ କାର୍ଯ୍ୟକ୍ରମରେ ଯୋଗଦେବେ ମୋଦି।
ବ୍ରହ୍ମପୁର ସମାବେଶରେ ଯୋଗ ଦେଇପାରନ୍ତି ପ୍ରଧାନମନ୍ତ୍ରୀ।

ବ୍ରହ୍ମପୁର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ୨୭ରେ ପ୍ରଧାନମନ୍ତ୍ରୀ ଗଞ୍ଜାମ ଗସ୍ତରେ ଆସିବେ ବୋଲି ଜଣାପଡିଛି । ବ୍ରହ୍ମପୁରରେ ହେବାକୁ ଥିବା ଯୁବ ସମାବେଶରେ ସାମିଲ ହୋଇପାରନ୍ତି ପ୍ରଧାନମନ୍ତ୍ରୀ ମୋଦି । ଗତକାଲି ଏକ ଟିମ ବ୍ରହ୍ମପୁର ଆସି କାର୍ଯ୍ୟକ୍ରମ ସ୍ଥଳୀ ବୁଲି ଦେଖିଛନ୍ତି । ତେବେ ଗସ୍ତ କାର୍ଯ୍ୟକ୍ରମ ଚୂଡାନ୍ତ ହୋଇ ନଥିବା କହିଛନ୍ତି ବିଜେପି ଜିଲ୍ଲା ସଭାପତି ଓ ବ୍ରହ୍ମପୁର ବିଧାୟକ l ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ଏହାପରେ ଭୁବନେଶ୍ୱର ବିମାନବନ୍ଦରରୁ ବ୍ରହ୍ମପୁର ଅଭିମୁଖେ ଗସ୍ତ କରିବେ। ପୂର୍ବରୁ ୨୦୨୪ ସାଧାରଣ ନିର୍ବାଚନ ବେଳେ ବ୍ରହ୍ମପୁରକୁ ପ୍ରଧାନମନ୍ତ୍ରୀ ଆସିଥିଲେ ।












Click it and Unblock the Notifications